କଟକ: ଆଠଗଡ ସହରରେ ପାଣି ପାଇଁ ରାସ୍ତାରୋକ। ପ୍ରତିବାଦ କରିଛନ୍ତି କନ୍ତଲର 5ଟି ୱାର୍ଡ ବାସିନ୍ଦା। ଗତ ତିନିଦିନ ହେଲା କନ୍ତଲ ୱାର୍ଡରେ ଠିକାଦାର, ଏକ କଲଭର୍ଟକୁ ତାଡ଼ିଦେବା ଯୋଗଁ ପାଇପ ସବୁ ଫାଟିଯାଇଛି। ଫଳରେ ସାଧାରଣ ଲୋକ ଗତ ତିନିଦିନ ହେଲା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।
ଏହି ସମସ୍ୟାର ସମାଧାନ ପାଈଁ ଆନ୍ଦୋଳନ ପନ୍ଥା ବାଛିଥିଲେ ସ୍ଥାନୀୟ ଲୋକ। ତେବେ ଶନିବାର ୱାର୍ଡବାସୀ ମାନେ ରାସ୍ତା ରୋକ କରିବା ଯୋଗୁଁ ପୁରୁଣା କଟକ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଘଟଣାସ୍ଥଳରେ ପ୍ରଶାସନ,ସହର ଜଳଯୋଗାଣ ବିଭାଗର ପଦାଧିକାରୀ ମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ସମାଧାନର ପ୍ରତିଶୃତି ଦେବାରୁ ଆନ୍ଦୋଳନରୁ ହଟିଥିଲେ ଆନ୍ଦୋଳନକାରୀ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ