ETV Bharat / city

ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଉଲ୍ଲଂଘନ, ବେଆଇନ ଭାବେ ପୋତା ଯାଉଛି ନଦୀ ପଠା

ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଉଲ୍ଲଂଘନ। କଟକରେ ଆଇନ ନମାନି ପୋତା ଚାଲିଛି ମହାନଦୀ ପଠା । ବର୍ଫି ପ୍ରକଳ୍ପ କରିବା ନାଁ ନଦୀ ପଠା ପୋତୁଛି ପ୍ରଶାସନ । ଯାହାକୁ ବୁଦ୍ଧିଜୀବୀ ନାପସନ୍ଦ କରିଥିବାବେଳେ ଏହାର କୌଣସି ରୂପରେଖ ଜିଲ୍ଲାପାଳଙ୍କ ପାଖରେ ନଥିବା ଖୋଦ୍‌ ଜିଲ୍ଲାପାଳ କହିଛନ୍ତି । ଏନେଇ ଦେଖନ୍ତୁ ଇଟିଭି ଭାରତର ଏହି ସ୍ପେଶାଲ ରିପୋର୍ଟ...

ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଉଲଙ୍ଘନ, ବେଆଇନ ଭାବେ ପୋତା ଯାଉଛି ନଦୀ ପଠା

author img

By

Published : Jun 16, 2020, 1:51 PM IST

କଟକ: ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଉଲ୍ଲଂଘନ। ଆଇନ ନମାନି ପୋତା ଚାଲିଛି ମହାନଦୀ ପଠା । ତଳ ବାଲିଯାତ୍ରା ପଡିଆକୁ ବେଆଇନ ଭାବେ ପୋତା ଯାଉଛି । ଗ୍ରୀନ ଟ୍ରିବ୍ୟୁନାଲ ନିୟମ ଅନୁସାରେ ନଦୀ ପଠାକୁ ଖୋଳାଯିବ ନାହିଁ କିମ୍ବା ପୋତାଯିବ ନାହିଁ । ହେଲେ ଏଠାରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଖୁଲମଖୁଲା ଚାଲିଛି ବେଆଇନ କାର୍ଯ୍ୟ । ବର୍ଫି ପ୍ରକଳ୍ପ କରିବା ନାଁରେ ପ୍ରଶାସନ ପୋତି ଚାଲିଛି ନଦୀ ପଠା ।

ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଉଲଙ୍ଘନ, ବେଆଇନ ଭାବେ ପୋତା ଯାଉଛି ନଦୀ ପଠା

ଯୋବ୍ରା ଅଞ୍ଚଳରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଥିବା ନଦୀ ପଠାରେ ବାଲି ପୋତାଯାଉଛି। ତେବେ ବେଆଇନ ଭାବେ ବାଲି ପୋତାଯିବାକୁ ନେଇ ଅନେକ ନାପସନ୍ଦ କରୁଥିବାବେଳେ ସରକାର ବ୍ୟବସାୟ ପାଇଁ ଏପରି କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି। ସେହିପରି ବର୍ଫି ପ୍ରୋଜେକ୍ଟ ନାମରେ ଆଳ ଦେଖାଇ ଜିଲ୍ଲା ପ୍ରଶାସନ, ଲୋକଙ୍କୁ ଭୁଆଁ ବୁଲାଉଥିବା ସହରବାସୀ କହିଛନ୍ତି ।

ସୂଚନାଥାଉକି, ଯେତେବେଳେ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ହେବ ବୋଲି ନିଷ୍ପତ୍ତି ହୋଇଥିଲା ସେତେବେଳେ ନଦୀପଠାରେ କୌଣସି ଏପରି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଦର୍ଶାଇ ଗ୍ରୀନ ଟ୍ରିବ୍ୟୁନାଲ ଅଙ୍କୁଶ ଲଗାଇଥିଲା । ପରେ ଶାନ୍ତି କମିଟି ପକ୍ଷରୁ ଏନେଇ ଅଣ୍ଡର ଟେକିଂ ଦେବାପରେ କଟକଣା ମାନି ବାଲିଯାତ୍ରା ପାଇଁ ଗ୍ରୀନ ଟ୍ରିବୁନାଲ ଅନୁମତି ପ୍ରଦାନ କରିଥିଲା। ଫଳରେ 3 ବର୍ଷ ଧରି ନିୟମ ମାନି ନଦୀ ପଠାରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେଉଛି।

ତେବେ ବର୍ତ୍ତମାନ ସରକାର, ନା ଶାନ୍ତି କମିଟି ସହିତ ଏନେଇ ଆଲୋଚନା କରିଛନ୍ତି ନା ଗ୍ରୀନ ଟ୍ରିବ୍ୟୁନାଲ ଠାରୁ ପରାମର୍ଶ ଲୋଡିଛନ୍ତି । କେବଳ ପ୍ରକଳ୍ପ କରିବା ଆଶାରେ ମନଇଚ୍ଛା ଏସବୁ କରୁଥିବା ଅଭିଯୋଗ ହୋଇଛି । ଯାହା ଆଗାମୀ ଦିନରେ ସରକାରଙ୍କୁ ଅକଳରେ ପକାଇବ ବୋଲି ଆଇନଜୀବୀ ଚେତାଇଦେଇଛନ୍ତି ।

ସେପଟେ ଏପ୍ରସଙ୍ଗରେ କଟକ ଜିଲ୍ଲାପାଳ ନିଜ ଉପରୁ ଦୋଷ ହଟାଇ ଜଳସମ୍ପଦ କୋଟକୁ ବଲ ଫିଙ୍ଗିଛନ୍ତି । ଏହାକୁ ଜଳସମ୍ପଦ ବିଭାଗ କରୁଛି ଓଏହାର ରୂପରେଖ ବର୍ତ୍ତମାନ ସୁଦ୍ଧା ଆମର ହସ୍ତଗତ ହୋଇନଥିବା ଜିଲ୍ଲାପାଳ ସଫେଇ ଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଜିଲ୍ଲାପାଳ ପ୍ରକୃତରେ ଏହା ଜାଣିନାହାଁନ୍ତି ନା, ସବୁ ଜାଣି ଚୁପ୍‌ ଅଛନ୍ତି । ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖାଦେଇଛି ।

ବର୍ଫି ପ୍ରକଳ୍ପ କଣ ?

ବର୍ଫି ପ୍ରକଳ୍ପ ବା ବାଲିଯାତ୍ରା ରିଭର ଫ୍ରଣ୍ଟ । ଏହି ପ୍ରକଳ୍ପ ମାଧ୍ୟମରେ ମହାନଦୀ ପଠାରେ ସରକାର ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରିବେ । କ୍ରୀଡାଠାରୁ ଆରମ୍ଭ କରି ସାଂସ୍କୃତିକ ତଥା ଆମୋଦ ବିନୋଦନ ଏବଂ ପରିବେଶର ଉନ୍ନତି ପାଇଁ ଏଠାରେ କାର୍ଯ୍ୟ କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.