ETV Bharat / city

Anubhav-Varsha Marital Discord: ଅନୁଭବଙ୍କ ଘରେ ରହିବେ ବର୍ଷା - ଅନୁଭବଙ୍କ ଘରେ ରହିବେ ବର୍ଷା

ବର୍ଷା ଅନୁଭବଙ୍କ ପାରିବାରିକ ମାମଲାରେ ନୂଆ ମୋଡ଼ । ଅନୁଭବଙ୍କ ଘରେ ବର୍ଷା ରହିବେ ବୋଲି କଟକ ଜିଲ୍ଲା ଜଜ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Anubhav-Varsha Marital Discord: ଅନୁଭବଙ୍କ ଘରେ ରହିବେ ବର୍ଷା

author img

By

Published : Jun 21, 2022, 6:11 PM IST

Updated : Jun 21, 2022, 9:44 PM IST

କଟକ: ବର୍ଷା ଅନୁଭବଙ୍କ ପାରିବାରିକ ମାମଲାରେ ନୂଆ ମୋଡ଼ । ଅନୁଭବଙ୍କ ଘରେ ବର୍ଷା ରହିବା ଉପରେ କଟକ SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ କୋର୍ଟ । SDJMଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କଟକ ଜିଲ୍ଲା ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ତେବେ ପରବର୍ତ୍ତୀ ଶୁଣାଣି ଆସିବା ପର୍ଯ୍ୟନ୍ତ ବର୍ଷା ଅନୁଭବଙ୍କ ଘରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Anubhav-Varsha Marital Discord: ଅନୁଭବଙ୍କ ଘରେ ରହିବେ ବର୍ଷା

ଅନୁଭବ ବର୍ଷାଙ୍କୁ ଘର ଭଡା ବାବଦରେ ମାସିକ ୩୦ ହଜାର ଟଙ୍କା ଦେବେ । ଦୁଇ ମାସ ମଧ୍ୟରେ ବର୍ଷା ଘର ଛାଡିବେ ବୋଲି କଟକ ଏସଡିଜେଏମ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ଚ୍ୟାଲେଞ୍ଜ କରି କଟକ ଜିଲ୍ଲା ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ତେବେ କୋର୍ଟ ଏହାର ଶୁଣାଣି କରି ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି । ଫଳରେ ଅନୁଭବଙ୍କୁ ଝଟକା ଲାଗିଛି ।

ଏହା ବି ପଢନ୍ତୁ- Barsha Anubhav Marital Discord: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ବର୍ଷା

ତେବେ ଆସନ୍ତା ଜୁଲାଇ ୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ସାଂସଦ ଅନୁଭବ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ କୋର୍ଟଙ୍କ ଅର୍ଡର କପି ପାଇବା ପରେ ପରବର୍ତ୍ତୀ ଆଇନ ଗତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ।

ଇଟିଭି ଭାରତ, କଟକ

Last Updated : Jun 21, 2022, 9:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.