ETV Bharat / city

ୟୁପି ଏସଡିଆରଏଫ ଟିମକୁ ସ୍କୁବା ଡାଇଭିଂ ଶିଖାଉଛନ୍ତି ଓଡିଆ ପୁଅ ସବୀର

author img

By

Published : Nov 16, 2020, 1:14 PM IST

କଟକରେ ଉତ୍ତରପ୍ରଦେଶ ଏସଡିଆରଏଫ ଟିମ । ବନ୍ୟା ସମୟରେ କିପରି ଲୋକଙ୍କୁ ଉଦ୍ଧାର କରିହେବ । ଏହାଛଡା ମୃତକଙ୍କୁ କିପରି ଉଦ୍ଧାର କରିହେବ ସେନେଇ ପ୍ରସିଦ୍ଧ ସମୁଦ୍ର ବୁଡାଳି ସବୀର ବକ୍ସଙ୍କଠୁ ନେଉଛନ୍ତି ପ୍ରଶିକ୍ଷଣ । ଅଧିକ ପଢନ୍ତୁ...

ଓଡିଶାରେ ଉତ୍ତରପ୍ରଦେଶର ଏସଡିଆରଏଫ ଟିମ୍‌, ସ୍କୁବା ଡାଇଭିଂର ଶିଖୁଛନ୍ତି କୌଶଳ

କଟକ: ଗଭୀର ମହାନଦୀରେ ଚାଲିଛି ସ୍କୁବା ଡାଇଭିଂ ଟ୍ରେନିଂ । ମାସେ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେବାକୁ ଉତ୍ତରପ୍ରଦେଶରୁ ଆସିଛନ୍ତି ଓଡିଶା ଆସିଛନ୍ତି ଏସଡିଆରଏଫ 32 ଜଣିଆ ଟିମ ବନ୍ୟା ସମୟରେ କିପରି ଲୋକଙ୍କୁ ଉଦ୍ଧାର କରିହେବ ସେନେଇ ପ୍ରସିଦ୍ଧ ସମୁଦ୍ର ବୁଡାଳି ସବୀର ବକ୍ସଙ୍କୁଠୁ ନେଉଛନ୍ତି ପ୍ରଶିକ୍ଷଣ । ମହାନଦୀର ଗଭୀର ଜଳରାଶିରେ ଚାଲିଛି ସ୍କୁବା ଡାଇଭିଂ ଟ୍ରେନିଂ । ବନ୍ୟା ସମୟରେ କେହି ଭାସିଗଲେ ଅବା ନଦୀରେ ବୁଡି ଯାଉଥିଲେ କିପରି କରାଯିବ ଉଦ୍ଧାର ସେନେଇ ଚାଲିଛି ପ୍ରଶିକ୍ଷଣ । ଆଉ ଡାଇଭିଂ ରେ ପ୍ରତିଟି ଟେକନିକ ଶିଖାଇବାରେ ଲାଗି ପଡିଛନ୍ତି ପ୍ରସିଦ୍ଧ ସମୁଦ୍ର ବୁଡାଳି ସବୀର ବକ୍ସ । ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ଯବାନଙ୍କୁ ଶିଖା ଯାଉଛି କୌଶଳ ।

ସ୍କୁବା ଡାଇଭିଂ ଟ୍ରେନିଂ ନେବା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ଆସିଛନ୍ତି 32ଜଣ ଯବାନ । ଆଉ ପ୍ରଶିକ୍ଷକଙ୍କ ପ୍ରତ୍ୟେକଟି ଷ୍ଟେପକୁ ଅନୁସରଣ କରି କରୁଛନ୍ତି ଦକ୍ଷତା ପ୍ରଦର୍ଶନ । ସାଧାରଣତଃ ଶୀତଦିନରେ ମହାନଦୀରେ ଜଳ ସ୍ବଚ୍ଛ ରୁହେ । ଯାହାକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ଏସଡିଆରଏଫ ଟିମକୁ ମିଳିଛି ଗ୍ରୀନ ସିଗନାଲ । ଯବାନମାନେ କିଭଳି ଉନ୍ନତମାନର ପ୍ରଶିକ୍ଷଣ ନେବେ ସେଥିପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି ଟ୍ରେନିଂ ମାଷ୍ଟର । ଏପଟେ ସ୍କୁବା ଡାଇଭିଂ ଟ୍ରେନିଂ ନେଇ ଖୁସି ବ୍ୟକ୍ତି କରିବା ସହ ଏହା ବଡ ଉପଲବ୍ଧି ବୋଲି କହିଛନ୍ତି ଏସଡିଆରଏଫ ମୁଖ୍ୟ । ତେବେ ଏହା ପ୍ରଥମଥର ନୁହେଁ ପୂର୍ବରୁ ମଧ୍ୟ ଯବାନ ମାନେ ଓଡିଶାରୁ ପ୍ରଶିକ୍ଷଣ ନେଇଛନ୍ତି । ଫନି ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ

ଦେଶରେ ଅନେକ ସମୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଥାଏ । ଏଭଳି ବିପଦ ସମୟରେ ଦେବଦୂତ ଭଳି ପାଖରେ ଛିଡା ହୁଅନ୍ତି ଯବାନ । କଟକରେ ଚାଲିଥିବା ଏହି ଟ୍ରେନିଂ ଯବାନଙ୍କୁ ସାହାଯ୍ୟ କରିବ ନିଶ୍ଚୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.