କଟକ: ପରଲୋକରେ ବିଶିଷ୍ଟ ସାହିତ୍ୟିକା, ସମାଜସେବୀ, ଶିକ୍ଷାବିତ ତଥା ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର । ତାଙ୍କ ମରଶରୀରକୁ କଟକସ୍ଥିତ ବାସଭବନରେ ଶେଷ ଦର୍ଶନ କରିବା ପାଇଁ ଉପସ୍ଥିତ ଅଛନ୍ତି ବହୁ ରାଜନେତା, ସାହିତ୍ୟିକ, ସମାଜସେବୀ । ଆଉ ଏହାରି ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ତାଙ୍କ ବାସଭବନରେ ପହଁଚି ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ।
ତେବେ ତାଙ୍କର ମରଶରୀରରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି (ରବିବାର) ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ଯ ସଂପନ୍ନ ହେବ ବୋଲି ସୂଚନା ମିଳିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ