ETV Bharat / city

ଟ୍ୟାପ୍‌ ଖୋଲିଲେ ବାହାରୁଛି ଗୋଳିଆ ପାଣି, ଚିନ୍ତାରେ କଟକବାସୀ - କଟକରେ ଗୋଳିଆ ପାଣି ଅଭିଯୋଗ

ସିଲଭରସିଟିରେ ପାଣି ସମସ୍ୟା । ଗୋଳିଆ ପାଣି ପିଇବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପାଣି ବ୍ୟବହାର କରିବାକୁ ଲୋକେ ଚିନ୍ତାରେ । ଅଧିକ ପଢନ୍ତୁ

Unhygienic Muddy Tap Water in cuttack, City Resident in Woes
ଟ୍ୟାପ୍‌ ଖୋଲିଲେ ବାହାରୁଛି ଗୋଳିଆ ପାଣି, ଚିନ୍ତାରେ କଟକବାସୀ
author img

By

Published : Nov 23, 2021, 4:39 PM IST

କଟକ: ସିଲଭରସିଟିରେ ଆସୁଛି ଗୋଳିଆ ପାଣି । ୱାର୍ଡ ନମ୍ବର 18 ବାଉଁଶ ଗଳିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଗୋଳିଆ ପାଣି ପିଇବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପାଣି ବ୍ୟବହାର କରିବାକୁ ଲୋକେ ଚିନ୍ତାରେ ।

ଗତ ସପ୍ତାହ ଧରି ଏହି ଗୋଳି ପାଣି ୱାର୍ଡର ପ୍ରାୟ ସମସ୍ତ ଘରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ୱାର୍ଡ ବାସିନ୍ଦା । ନାଲି ରଙ୍ଗର ଗୋଳିଆ ପାଣି ବ୍ୟବହାର କଲେ ଦେହ କୁଣ୍ଡାଇ ହେଉଥିବା କହିଛନ୍ତି ଲୋକେ । ଏଥିସହ ଜଣ୍ଡିସ ହେବାର ଭୟ ମଧ୍ୟ ରହିଛି ।

ଟ୍ୟାପ୍‌ ଖୋଲିଲେ ବାହାରୁଛି ଗୋଳିଆ ପାଣି, ଚିନ୍ତାରେ କଟକବାସୀ

ଏନେଇ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ ମଧ୍ୟ ଏଥି ପ୍ରତି କର୍ଣ୍ଣପାତ କରିନି ପ୍ରଶାସନ । ପାଣି ସମସ୍ୟାର ସମାଧାନ ପାଇଁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ୱାର୍ଡର ପ୍ରାୟ ସମସ୍ତଙ୍କ ଘରେ ଏହି ସମାନ ସମସ୍ୟା । ଦୀର୍ଘ ଦିନ ଧରି ଏହି ସମସ୍ୟାର ସମାଧାନ କରାଯାଉନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଟକ ବାସିନ୍ଦା ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.