ETV Bharat / city

କଟକ ଏସସିବିରେ ଠକେଇ ଅଭିଯୋଗ, ଦୁଇ ଦଲାଲ ଗିରଫ

author img

By

Published : Aug 11, 2022, 9:11 PM IST

ପୃଥକ ପୃଥକ ମାମଲାରେ ଦୁଇ ଦଲାଲ ଗିରଫ । ଲାଞ୍ଚ ମାମଲା ଦୁଇ ଜଣଙ୍କୁ ବାନ୍ଧିଲା ମଙ୍ଗଳାବାଗ ଥାନା ପୋଲିସ । ଅଧିକ ପଢ଼ନ୍ତୁ

କଟକ ଠକେଇ ଅଭିଯୋଗରେ ଦୁଇ ଦଲାଲ ଗିରଫ
କଟକ ଠକେଇ ଅଭିଯୋଗରେ ଦୁଇ ଦଲାଲ ଗିରଫ

କଟକ : ଏସସିବି ମେଡିକାଲର ଦୁଇଟି ପୃଥକ ପୃଥକ ମାମଲାରେ ଦୁଇ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଗୋଟିଏ ଦିନରେ ବ୍ଲଡ ବ୍ୟାଙ୍କରୁ ରକ୍ତ ଯୋଗାଇ ଦେବା ନାଁରେ ୧୪ଶହ ଟଙ୍କା ଲାଞ୍ଚ ନେଇ ମେଡିକାଲ ସିକ୍ୟୁରିଟି ସୁପରଭାଇଜର ଗିରଫ ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ମେଡିକାଲ ଆଟେଣ୍ଡାଣ୍ଟ ଚାକରି କରାଇଦେବା ଆଳରେ ଠକେଇ କରିଥିବା ଅଭିଯୋଗରେ ଆଉ ଜଣକୁ ଗିରଫ କରିଛି ପୋଲିସ ।

କଟକ ଠକେଇ ଅଭିଯୋଗରେ ଦୁଇ ଦଲାଲ ଗିରଫ

ସୂଚନାନୁସାରେ ଗତକାଲି (ବୁଧବାର) ରାତିରେ ବାଲେଶ୍ଵର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ରକ୍ତର ଆବଶ୍ୟକତା ଥିଲା । ହେଲେ କେହି ଡୋନର୍ ମିଳିନଥିଲେ । ତେବେ ସମ୍ପୃକ୍ତ ରୋଗୀଙ୍କୁ ରକ୍ତ ଦେବାରେ ସାହାଯ୍ୟ କରିବେ ବୋଲି ରୋଗୀଙ୍କ ପରିବାର ବର୍ଗଙ୍କୁ କହିଥିଲେ । ଏହାପରେ ସୁପରଭାଇଜର ସୁଶାନ୍ତ ଚୌଧୁରୀ ରୋଗୀଙ୍କ ପରିବାର ବର୍ଗ ଠାରୁ ୧୪ଶହ ଟଙ୍କା ନେଇ ଏକ ବ୍ଲଡ କୁପନ ଧରାଇ ଦେଇଥିଲେ ।

ବ୍ଲଡ ବ୍ୟାଙ୍କରେ ମହିଳା ଜଣଙ୍କ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡିଥିଲା । ଏନେଇ ମହିଳା ଜଣଙ୍କ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ସୁପରଭାଇଜର ଏଥିରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ଉକ୍ତ ଏସସିବି ସିକ୍ୟୁରିଟି ସୁପରଭାଇଜର ସୁଶାନ୍ତ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ ।

ସେହପରି ଅନ୍ୟ ଏକ ମମାଲାରେ ଏସସିବିରେ ମେଡିକାଲ ଆଟେଣ୍ଡାଣ୍ଟ ଚାକରି କରେଇଦେବା ନାଁରେ ଟଙ୍କା ଲୁଟ ଘଟଣାରେ ସୂର୍ଯ୍ୟନାରାୟଣ ସାହୁଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ସମାନ ମାମଲାରେ ଶେଖ ମୁଜିବୁରଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିବା ସହ ଆଉ କାହାର ସମ୍ପୃକ୍ତି ରହିଛି ନା ନାହିଁ ସେ ଦିଗରେ ପଚରାଉଚରା ଜାରି ରଖିଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.