ETV Bharat / city

କମିଶନରେଟ ପୋଲିସ କବ୍‌ଜାରେ ଦୁଇ ବନ୍ଧୁକ ବେପାରୀ

author img

By

Published : Oct 15, 2021, 3:41 PM IST

କମିଶନରେଟ ପୋଲିସ ହ୍ୟାଣ୍ଡକପରେ ଦୁଇ ବେଆଇନ ବନ୍ଧୁକ ବ୍ୟବସାୟୀ । ପୂଜା ସମୟରେ ବନ୍ଧୁକ କାରବାର ନେଇ ଉଭୟ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ମାଲଗୋଦାମ ଥାନା ପୋଲିସ । ଅଧିକ ପଢ଼ନ୍ତୁ...

କମିଶନରେଟ ପୋଲିସ କବ୍‌ଜାରେ ଦୁଇ ବନ୍ଧୁକ ବେପାରୀ
କମିଶନରେଟ ପୋଲିସ କବ୍‌ଜାରେ ଦୁଇ ବନ୍ଧୁକ ବେପାରୀ

କଟକ: କମିଶନରେଟ ପୋଲିସ ହ୍ୟାଣ୍ଡକପରେ ଦୁଇ ବେଆଇନ ବନ୍ଧୁକ ବ୍ୟବସାୟୀ । ପୂଜା ସମୟରେ ବନ୍ଧୁକ କାରବାର ନେଇ ଉଭୟ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ମାଲଗୋଦାମ ଥାନା ପୋଲିସ । ଗିରଫ ଅଭିଯୁକ୍ତ ପାରେସର ସାହିର ମୁନା ଓ ସୌଭାଗ୍ୟ ଦାସ ବୋଲି ଜଣା ପଡ଼ିଛି । ଉଭୟ ଦୀର୍ଘଦିନ ଧରି ଏହି ବେଆଇନ ବ୍ୟବସାୟ କରି ଆସୁଥିଲେ ।

ମୁନା ଓ ସୌଭାଗ୍ୟ ନାଁରେ କଟକର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଗିରଫ ସମୟରେ ମୁନା ଓ ସୌଭାଗ୍ୟଙ୍କ ଠାରୁ ଦୁଇଟି ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଉଭୟ ଅଭିଯୁକ୍ତ ଗିରଫ ହେବାପରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଆଉ କେହି ସମ୍ପୃକ୍ତ ରହିଛନ୍ତି କି ନାହିଁ ତାହାର ତଦନ୍ତ ଜାରି ରଖିଛି କଟକ କମିଶନରେଟ ପୋଲିସ ।

ଚଳିତବର୍ଷ ବେଆଇନ ବନ୍ଧୁକ କାରବାର ରୋକିବା ଅଭିଯାନରେ 53ଟି ବନ୍ଧୁକ, ୨୪୦ ରାଉଣ୍ଡ ଗୁଳି ଓ ୫୫ ଜଣଙ୍କୁ ଗିରଫ କରିଛି ପୋଲିସ । ଆଗାମୀ ଦିନରେ ବେଆଇନ ବନ୍ଧୁକ କାରବାର ରୋକିବାକୁ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.