କଟକ: ଟ୍ବିନ୍ ସିଟି ପୋଲିସକୁ ମିଳିଛି ଆଉ ଏକ ସଫଳତା । ଏନେଇ କଟକ ଜିଲ୍ଲା ମର୍କତ ନଗର ଥାନା ପୋଲିସ ହ୍ୟାଣ୍ଡକପରେ ସିରିଜ ମୋବାଇଲ ଲୁଟେରା ଆକାଶ ନାୟକ। 11ଟି ଦାମୀ ମୋବାଇଲ ସହ ଏକ ବାଇକକୁ ଜବତ କରିଛି ପୋଲିସ । ବିଶେଷକରି ଟ୍ବିନ୍ ସିଟିର କିଛି ବିତ୍ତଶାଳୀ ଅଞ୍ଚଳକୁ ଟାର୍ଗେଟ କରୁଥିଲା ଆକାଶ । ଆଉ ଲୋକଙ୍କୁ ଏକୁଟିଆ ଦେଖି ଆକାଶ ଲୁଟ ପାଟ୍ କରିବାକୁ ଆରମ୍ଭ କରୁଥିଲା ଯୋଜନା ।
ସୂଚନାନୁଯାୟୀ ଗତ ମାସ 24 ତାରିଖରେ କଟକ ଅଶ୍ବିନୀ ହସ୍ପିଟାଲରେ କାର୍ଯ୍ୟରତ ଥିବା ନୁପୁର ମଣ୍ଡଳ ଘରକୁ ଫେରୁଥିଲା ବେଳେ ହଠାତ ରାସ୍ତା ମଝିରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ମୋବାଇଲ ଲୁଟିବା ସହ ଗାଡିକୁ ଧକ୍କା ଦେଇ ଚାଲି ଯାଇଥିଲା ।
ଆଉ ଏହାପରେ ନୁପୁର ଘଟଣାସ୍ଥଳରୁ ସଙ୍ଗେସଙ୍ଗେ ସ୍ଥାନୀୟ ଥାନାରେ ପହଞ୍ଚି ଏତଲା ଦାୟର କରିଥିଲେ । ଯାହା ଫଳରେ କି ପୋଲିସ ଏହି ମାମଲାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ମର୍କତ ନଗର ପୋଲିସ ଜଗତପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ କଟକ ଜୋନ ୩ ଏସିପି ତାପସ ଚନ୍ଦ୍ର ପ୍ରଧାନ ସୂତଚନା ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ