କଟକ: ସଦର ଥାନା ଅନ୍ତର୍ଗତ 17ନଂ ଜାତୀୟ ରାଜପଥ ନିକଟସ୍ଥ ତେଲେଙ୍ଗାପେଣ୍ଠ ଓଭରବ୍ରିଜ୍ ଉପରେ ଦୁର୍ଘଟଣା । ଭୁବନେଶ୍ବର ପଟୁ କଟକ ଅଭିମୁଖେ ଯାଉଥିବା ଏକ ଅଜଣା ଟ୍ରକ, ଅଟୋକୁ ପଛରେ ଧକ୍କା ଦେବା ଫଳରେ ଅଟୋ ଚାଳକ ସହ 2 ଜଣ ଗୁରୁତର ଆହତ ହୋଇଛନ୍ତି ।
ତେଲେଙ୍ଗା ପେଣ୍ଠ ଓଭରବ୍ରିଜ୍ ଉପରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ପହଞ୍ଚି ଦୁଇ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ ପଠାଇଥିବା ଜଣାପଡିଛି । ଦୁଇ ଗୁରୁତର କଟକ ନୂଆପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ତେବେ ଦୁଇ ଜଣକ ନାମ ଜଣାପଡିନାହିଁ । ଏହାସହ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଟ୍ରକ ସହ ଫେରାର୍ ହୋଇଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ