ETV Bharat / city

ପୁଣି ଚର୍ଚ୍ଚାରେ ଭାଇରାଲ ବୟ ତ୍ରୈଲୋକ୍ୟ, କୋଭିଡ ସଚେତନତା ଗୀତ ଗାଇଲେ - song for covid awernewss

କୋରୋନା ସଚେତନତା ନେଇ ଗୀତ ଗାଇଲେ ଚର୍ଚ୍ଚିତ କୁନିପିଲା ତ୍ରୈଲୋକ୍ୟ ରାୟ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ କରିଛନ୍ତି କଣ୍ଠଦାନ । ଅଧିକ ପଢନ୍ତୁ...

ପୁଣି ଚର୍ଚ୍ଚାରେ ଭାଇରାଲ ବୟ ତ୍ରୈଲୋକ୍ୟ, କୋଭିଡ ସଚେତନତା ଗୀତ ଗାଇଲେ

author img

By

Published : Jun 24, 2021, 8:07 PM IST

କଟକ: କୋରୋନା ସଚେତନତା ନେଇ ଗୀତ ଗାଇଲେ ଚର୍ଚ୍ଚିତ କୁନିପିଲା ତ୍ରୈଲୋକ୍ୟ ରାୟ । ସରକାରୀ ସ୍କୁଲ ଉଚ୍ଛେଦକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଲୋକପ୍ରିୟ ହୋଇଥିବା ଖୋର୍ଦ୍ଧା ନିଆଳି କୁନିପୁଅ ତ୍ରୈଲୋକ୍ୟ ନିଜର 2ୟ ଗୀତ ଆଜି କଟକରେ ରେକଡ଼ିଂ କରିଛନ୍ତି। କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସହ ମିଶି କୋରୋନା ସଚେତନତା ମୂଳକ ଏକ ଗୀତ ଆଜି ରେକଡ଼ିଂ କରାଯାଇଛି।

ପୁଣି ଚର୍ଚ୍ଚାରେ ଭାଇରାଲ ବୟ ତ୍ରୈଲୋକ୍ୟ, କୋଭିଡ ସଚେତନତା ଗୀତ ଗାଇଲେ

ମୁଁ ସ୍କୁଲରେ ପଢୁଛି, ମୁଁ ପ୍ରଥମ ଶେଣୀରେ ପଢୁଛି, ମୁଁ କଣ ଶୁଣୁଛି ଆମ ସ୍କୁଲ ଏଠୁ ଉଠିଯିବ । କ୍ୟାମେରା ଆଗରେ କୁନି ପିଲାଟିର ଏହିପରି କେତେ ପଦ କଥା କହି ସୋସିଆଲ ମିଡିଆରେ ବେଶ ଆଦୃତ ହୋଇଥିଲେ ଖୋର୍ଦ୍ଧା ନିଆଳିର ତ୍ରୈଲୋକ୍ୟ ରାୟ। ଏହାପରେ ପରେ ତ୍ରୈଲୋକ୍ୟଙ୍କୁ ମିଳିଥିଲା ଗୀତ ଗାଇବାର ସୁଯୋଗ। କଣ୍ଠଶିଳ୍ପୀ ମଜୁମଦାରଙ୍କ ସହ ମିଶି ପ୍ରଥମ ଗୀତ ଗାଇଥିଲେ ମୁଁ ସ୍କୁଲରେ ପଢୁଛି। ଆଉ ଏବେ ପୁଣି ଥରେ ତ୍ରୈଲୋକ୍ୟଙ୍କୁ ନେଇ ଆଉ ଏକ ଭିନ୍ନସ୍ଵାଦର ଗୀତ ପ୍ରସ୍ତୁତ କରିଛି ସାଇକ୍ରିଷ୍ଣା ମ୍ୟୁଜିକ। କୋରୋନାକୁ ନେଇ ସରକାର ସଚେତନ କରାଉଥିବା ମୁଖ୍ୟ ବାର୍ତ୍ତା ଗୁଡିକୁ ଏହି ଗୀତରେ ସ୍ଥାନ ଦିଆଯାଇଛି। ଯାହାକୁ ବେଶ ସୁମଧୁର କଣ୍ଠରେ ଗାଇଛନ୍ତି ତ୍ରୈଲୋକ୍ୟ। ସାଇକ୍ରିଷ୍ଣା ମ୍ୟୁଜିକ ପକ୍ଷରୁ ପ୍ରାୟୋଜିତ ଏହି ଗୀତକୁ ପ୍ରମୋଦ ପରିଡା ଲେଖିଥିବା ବେଳେ କେ ସି ସାହୁ ମ୍ୟୁଜିକ ଦେଇଛନ୍ତି। ତ୍ରୈଲୋକ୍ୟଙ୍କ ସହିତ ଗୀତରେ ମୁଖ୍ୟ କଣ୍ଠଶିଳ୍ପୀ ରହିଛନ୍ତି ଅଭିଜିତ ମଜୁମଦାର। ମାତ୍ର 5ବର୍ଷର କୁନିପିଲା ତ୍ରୈଲୋକ୍ୟଙ୍କ ଏହି ଗୀତ ବେଶ ଲୋକାଦୃତ ହେବ ବୋଲି ଆଶା ବାନ୍ଧିଛନ୍ତି ମ୍ୟୁଜିକ ଟିମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.