କଟକ: ଅମାନିଆ ଜନତା । ଲକ ଡାଉନ କୁ ନାହିଁ ଖାତିର । କରୋନା କୁ ନାହିଁ ତିଳେମାତ୍ର ଭୟ । ସିଲଭରିସିଟି ରେ ବେଧଡ଼କ ଗାଡି ଗଡାଉଛନ୍ତି ଲୋକେ । ସେପଟେ ଏପରି ବେଧଡ଼କ ଗାଡ଼ିଚଳାଇବା ଫଳରେ ଥମିବାରେ ନାଁ ନେଉନି ଫାଇନ ବା ତଣ୍ଡ ଆଦାୟ ପ୍ରକ୍ରିୟା ।
![trafic-rule-violation-in-lock-down-time](https://etvbharatimages.akamaized.net/etvbharat/prod-images/od-ctc-04-finepunishmentincuttack-avo-7204966_31032020220917_3103f_1585672757_427.jpg)
ତେବେ ମଙ୍ଗଳବାର ସିଲଭରିସିଟିରେ ପ୍ରମୁଖ ସ୍ଥାନ ମାନଙ୍କରେ ଜୋର ଦାର ରହିଥିଲା ଚେକିଂ ଓ ବ୍ଳକିଙ୍ଗ ଵ୍ୟଵସ୍ଥା । ଯେଉଁଥିରେ ଫସିଥିଲେ ଶତାଧିକ ଗାଡି ଚାଳକ । 481 ଜଣ ଗାଡି ଚାଳକ ଆଜି ଗଣିଛନ୍ତି ମୋଟା ଅଙ୍କର ତଣ୍ଡ । ପାଖପାଖି 4 ଲକ୍ଷ 29 ହଜାର ଟଙ୍କାର ଫାଇନ ମଧ୍ୟ ଗଣିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ