କଟକ: ରାଜ୍ୟରେ ଦିନକୁ ଦିନ ହୁ ହୁ ବଢି ଚାଲିଛି ସଂକ୍ରମଣ । ଏସସିବି ବଡ ମେଡିକାଲରେ ସଂକ୍ରମଣ ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାରୁ ଟିକେଟ କାଉଣ୍ଟର ବଢାଇବା ସହିତ ଟୋକନ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି ।
ଏସସିବି ବଡ ମେଡିକାଲରେ ଦିନକୁ ଶହ ଶହ ଲୋକଙ୍କ ଭିଡ ଲାଗୁଛି । ଟିକେଟ କାଉଣ୍ଟର ସମ୍ନାରେ ଅନେକ ଲୋକ ଲାଇନରେ ଛିଡା ହେଉଛନ୍ତି । ଯାହାଦ୍ବାରା ସମାଜିକ ଦୂରତାର ସମ୍ପୂର୍ଣ୍ଣ ଭଙ୍ଗ ହେଉଛି ।
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଧାଡିରେ ଛିଡା ହେବା ସହିତ କାଉଣ୍ଟର ସଂଖ୍ୟା ବଢାଇବା ସହିତ ଟୋକନ ବ୍ୟବସ୍ଥା କରାଯାଇ ଲୋକଙ୍କୁ ଛଡା ଯିବାର ବ୍ୟବସ୍ଥା କରଯାଇଛି । ଏନେଇ ସ୍ଥିତି ସମୀକ୍ଷା କରି ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ