କଟକ: ଟିକ୍ଟକ୍ ଭିଡିଓକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ । ସମ୍ବଲପୁରର ଏକ ମାମଲାର ବିଚାର କରୁଥିବା ବେଳେ ହାଇକୋର୍ଟ ଟିକଟକ ଭିଡିଓକୁ ନେଇ ତାତ୍ସଲ୍ୟ କରିଛନ୍ତି । ରାଜ୍ୟରେ ଅଶ୍ଲୀଳତା ଓ ନଗ୍ନତାକୁ ଟିକ୍ଟକ୍ ପ୍ରଶୟ ଦେଉଥିବା ହାଇକୋର୍ଟ କହିଛନ୍ତି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏନେଇ ଅନେକ ଜୀବନ ଓ ସମ୍ମାନହାନି ଘଟୁଥିବା କୋର୍ଟ କହିଛନ୍ତି । ଏମିତିରେ ସମ୍ବଲପୁର ସହରରେ ଟିକ୍ଟକ୍ ଭିଡିଓକୁ ନେଇ ଜଣେ ସ୍ବାମୀଙ୍କର ଜୀବନ ଚାଲି ଯାଇଥିଲା ।
ସମ୍ପୃକ୍ତ ଘଟଣାରେ ସ୍ବାମୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପତ୍ନୀ ଓ ତାଙ୍କର ପ୍ରେମିକଙ୍କୁ ଗିରଫ କରିଥିଲା ଧନୁପାଲି ଥାନା ପୋଲିସ । ତେବେ ଜାମିନ ପାଇଁ ପତ୍ନୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟ ପତ୍ନୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସହ ଟିକ୍ଟକ୍ ଭିଡିଓକୁ ତାତ୍ସଲ୍ୟ କରିଛନ୍ତି । ଏଥିସହ ଏସବୁ ରୋକିବାକୁ ରାଜ୍ୟ ସାଇବର ସେଲକୁ ତଦନ୍ତ କଡାକଡି କରିବା ଆବଶ୍ୟକ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ