କଟକ : ଚଳିତବର୍ଷ ବଜେଟ ସମ୍ପୂର୍ଣ୍ଣ ରୂପେ ଜନ ବିରୋଧୀ । କୋରୋନା କାଳରେ ଏପରି ବଜେଟ ଆଗତ କରିବା ଜନହିତ ନୁହେଁ ବରଂ ଜନ ବିନାଶର ପ୍ରତୀକ ବୋଲି ସ୍ପଷ୍ଟ ହେଉଛି । କାରଣ ଏହା ଦ୍ବାରା ଜୀବନ ଜୀବିକା ଉପରେ ପଡିବ ଘୋର ପ୍ରଭାବ । ତେବେ ଏହି ବଜେଟକୁ ନେଇ ବର୍ଷିଛି ଏସୟୁସିଆଇ । ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ଏହି ମହାମାରୀ ସମୟରେ ଅନେକ ଜନ ସାଧାରଣ ଚାକିରୀ ଛାଡି ଘରେ ରହିଛନ୍ତି ।
ଲୋକଙ୍କ ମୌଳିକ ସମସ୍ୟା ଦୂର କରିବା ପରିବର୍ତ୍ତେ କେବଳ ଦର ଦାମ ବୃଦ୍ଧି କରି ଲୋକଙ୍କ ଚିନ୍ତାଙ୍କୁ ବୃଦ୍ଧି କରାଯାଉଛି । ବିଶେଷ ଭାବରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି କରିବା ତାହା କଣ ଜନସ୍ଵାର୍ଥ ବିରୋଧୀ ନୁହେଁ ବୋଲି ପ୍ରଶ୍ନ କରିଛି ଏସୟୁସିଆଇ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ