ETV Bharat / city

Cuttack To Host Baliyatra: ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା - ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା

ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଅଧିକ ପଢନ୍ତୁ

ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା
ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା
author img

By

Published : Jun 13, 2022, 5:55 PM IST

Updated : Jun 13, 2022, 8:42 PM IST

କଟକ: ଦୀର୍ଘ ଅଢେଇ ବର୍ଷ ପରେ କଟକରେ ହେବ ଐତିହାସିକ ବାଲିଯାତ୍ରା (Cuttack Baliyatra) । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଆଜି ଘୋଷଣା କରିଛନ୍ତି।କୋଭିଡ ନିୟନ୍ତ୍ରଣ ହୋଇଥିବାରୁ ଏନେଇ ନିଷ୍ପତ୍ତି ନିଆଯାଇଛି।ବ୍ୟବସାୟୀ ମାନଙ୍କ ଆଥିକ ସ୍ଥିତି ସଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି।ତେବେ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା

ଏହି ନିଷ୍ପତ୍ତି ଆସିବା ପରେ କଟକବାସୀଙ୍କ ସମେତ ରାଜ୍ୟବାସୀଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଛି । କାର୍ତ୍ତିକ ମାସରେ ପ୍ରତିବର୍ଷ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମେ । ମାତ୍ର ଗତ ୨ ବର୍ଷ ଧରି ଜୀବନ-ଜୀବିକାକୁ ପ୍ରଭାବିତ କରିବା ସହ ହଜାର ହଜାର ବର୍ଷର ପରମ୍ପରାରେ ରୋକ ଲଗାଇଥିଲା ମହାମାରୀ କୋରୋନା ।

କାର୍ତ୍ତିକ ମାସରେ ବଣିକ ପୁଅ ବିଦେଶ ଯିବାର ଐତିହ୍ୟ-ପରମ୍ପରା ବହନ କରେ କଟକର ବାଲିଯାତ୍ରା । କେବଳ ଯେ ପରମ୍ପରା କାହିଁକି ମନୋରଞ୍ଜନ ଠାରୁ ଆରମ୍ଭ କରି ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ବହୁ ସହାୟ ହୁଏ ଏହି ଯାତ୍ରା । ପୂର୍ବରୁ ବାଲିଯାତ୍ରାରେ ଏତେ ମାତ୍ରାରେ ଲୋକଙ୍କ ସମାଗମ ହୁଏଯେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମେଳାକୁ ୮ ଦିନ ପରିବର୍ତ୍ତେ ୧୦ ଦିନ ବୃଦ୍ଧି କରାଯାଇଥିଲା । ପ୍ରତି ବର୍ଷ ଏହି ମେଳାକୁ ଅପେକ୍ଷା କରିଥାନ୍ତି କଟକ ବାସିନ୍ଦା । ତେବେ ଏବର୍ଷ ଯାତ୍ରା ହେଉଥିବାରୁ ସଭିଏଁ ଖୁସିବ୍ୟକ୍ତ କରିଛନ୍ତି ।

Last Updated : Jun 13, 2022, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.