ETV Bharat / city

Berhampur Couple Saga: ମୁହଁ ଖୋଲିଲେ ସୁମିତ, କହିଲ ରିୟୁନିଅନ୍‌ ହୋଇପାରେ

author img

By

Published : Jan 11, 2022, 3:58 PM IST

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ଡିମ୍ପଲଙ୍କ ପାରିବାରିକ ବିବାଦ ଘଟଣାରେ ଦୀର୍ଘଦିନ ପରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଛନ୍ତି ସୁମିତ । ଅଧିକ ପଢ଼ନ୍ତୁ

there is possibility we may reunite again says sumit over difference with his wife tapaswini
Berhampur Couple Saga: ମୁହଁ ଖୋଲିଲେ ସୁମିତ, କହିଲ ରିୟୁନିଅନ୍‌ ହୋଇପାରେ

କଟକ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ଡିମ୍ପଲଙ୍କ ପାରିବାରିକ ବିବାଦ ଘଟଣାରେ ଦୀର୍ଘଦିନ ପରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ଡାକ୍ତର ସୁମିତ ସାହୁ । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଛନ୍ତି ସୁମିତ । ଏହାପୂର୍ବରୁ ସୁମିତଙ୍କ ବାପା ପ୍ରମୋଦ ସାହୁ ମଧ୍ୟ ଗତକାଲି(ସୋମବାର) ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହି ଅବସରରେ ହାଇକୋର୍ଟ ଆସିଥିବାବେଳେ ସୁମିତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, "ଆଗକୁ କଣ ହେବ କହିହେବ ନାହିଁ । ଆମର ରିୟୁନିଅନ୍‌ ମଧ୍ୟ ହୋଇପାରେ । କିନ୍ତୁ ଯେଉଁଭଳି ଭାବରେ ପରିବାରର ମାନ ସମ୍ମାନ ପଦାରେ ପଡ଼ିଲା ତାହା ଏହି ଜନ୍ମରେ ଭରଣା ହୋଇପାରିବ ନାହିଁ । ଘର କଥା ପଦାକୁ ଆସିବା ପରେ ଯାହା ସବୁ ଘଟଣା ଘଟିଛି, ଏଥିପାଇଁ ମୁଁ ଚାପଗ୍ରସ୍ତ ରହିଛି । ବର୍ତ୍ତମାନ ମଧ୍ୟ ମୁଁ ଛୁଟିରେ ରହିଛି । ମୋର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ଆଜି ଆବଶ୍ୟକ ହେବାରୁ ହିଁ କଟକ ଆସିଛି । ନ୍ୟାୟ ପ୍ରକ୍ରିୟା ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି ।"

ତପସ୍ୱିନୀଙ୍କ ମୁଖ୍ୟ ପିଟିସନର ଉତ୍ତରରେ ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟରେ ଜବାବ ରଖିଥିଲେ ସୁମିତଙ୍କ ଓକିଲ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ସ୍ଥିର କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.