ETV Bharat / city

ନିର୍ଗୁଣ୍ଡିରେ ଯୁବକଙ୍କୁ ବିଭତ୍ସ ହତ୍ୟା - ସାଇରାମ ରୋଡଲାଇନସ ର ଟ୍ରାନ୍ସପୋର୍ଟ

ନିର୍ଗୁଣ୍ଡି ନିକଟରେ ଯୁବକକୁ ବିଭତ୍ସ ହତ୍ୟା । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଯୁବକଙ୍କୁ ବିଭତ୍ସ ହତ୍ୟା
ଯୁବକଙ୍କୁ ବିଭତ୍ସ ହତ୍ୟା
author img

By

Published : Jul 16, 2021, 8:01 AM IST

କଟକ: ସିଲଭର ସିଟିରେ ଦିନକୁ ଦିନ ବଢିଚାଲିଛି ଅପରାଧ । ଗୋଟେ ପରେ ଗୋଟେ କାଣ୍ଡ ଭିଆଇ ଚାଲିଛନ୍ତି ହତ୍ୟାକାରି । କେତେବେଳେ ହତ୍ୟାକାରୀ ଧରାପଡୁଛି ତ ପୁଣି କେତେବେଳେ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଛି ଅଭିଯୁକ୍ତ । ଦିନ ଦ୍ବିପହର ହେଉ ଅବା ରାତିର କିଟ କିଟ ଅନ୍ଧାର । ଅପରାଧ ଘଟାଇଚାଲିଛନ୍ତି ଅପରାଧି । ଦିନଗଡିବା ସହ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଉ ଘଟୁଛି ଗୋଟିଏ ପରେ ଗୋଟିଏ ବିଭତ୍ସ ହତ୍ୟା ।

ଯୁବକଙ୍କୁ ବିଭତ୍ସ ହତ୍ୟା

ଗୁରୁବାକ କଟକ ନିର୍ଗୁଣ୍ଡି ନିକଟରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବକଜଣଙ୍କ ହେଉଛନ୍ତି ଚୌଦ୍ବାର ଅଞ୍ଚଳର ଅଶୋକ କୁମାର ମହାନ୍ତି । ସେ ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ଗ୍ରାମ ନିକଟରେ ଥିବା ନିୟୁ ସାଇରାମ ରୋଡଲାଇନସର ଟ୍ରାନ୍ସପୋର୍ଟରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କୁ ଗତକାଲି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଅଶୋକଙ୍କୁ କିଏ, କାହିଁକି ଓ କେଉଁ କାରଣକୁ କେନ୍ଦ୍ରକରି ଏପରି ହତ୍ୟା କରିଚାଲିଗଲା ସେନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଓ ଅଭିଯୁକ୍ତ ଗିରଫ ହେବା ପରେ କାହିଁକି ଓ କେୁଁ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଛି ସେନେଇ ସତ ସାମ୍ନାକୁ ଆସିବ ।

ଜିଲ୍ଲାରେ ଅପରାଧ ବଢି ଚାଲିଥିବା ବେଳେ ସେହିପରି ଟାଙ୍ଗି ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଆଞ୍ଜୁଆ ଗ୍ରାମର ଏକ ଫାର୍ମ ହାଉସରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଟାଙ୍ଗି ଥାନା ଅଧିକାରୀ ସୁଚିତ୍ରବିର୍ଯ୍ୟ ଦାସ ତଦନ୍ତ ଜାରି ରଖିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.