କଟକ: 2021 ପାଇଁ କୋହଳ ହେଲା ପୋଲିସ ପଦୋନ୍ନତି ନିୟମ । ବିଶେଷ କରି ସବଇନସ୍ପେକ୍ଟରରୁ ଇନସ୍ପେକ୍ଟର ଭାବେ ପଦୋନ୍ନତି ପାଇଁ ନିୟମ କୋହଳ ହୋଇଛି। ପୂର୍ବରୁ ସବଇନସ୍ପେକ୍ଟରରୁ ଇନସ୍ପେକ୍ଟର ପଦୋନ୍ନତି ପାଇଁ ସର୍ବନିମ୍ନ ଅଭିଜ୍ଞତା ଯୋଗ୍ୟତା 10 ବର୍ଷ ରହିଥିଲା। ତେବେ ଏହି ଅଭିଜ୍ଞତା ସୀମାକୁ 8 ବର୍ଷକୁ କମାଇ ଦିଆଯାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୋଲିସ ପଦୋନ୍ନତି ନିୟମ କୋହଳ କରିବାକୁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୁପାରିଶ କରାଯାଇଥିଲା। ଏହି ସୁପାରିଶକୁ ସରକାର ସ୍ବୀକାର କରିଥିଲେ। ଏହାପରେ ପୋଲିସ ମାନୁଆଲରେ ଥିବା 650 ନମ୍ବର ନିୟମକୁ ପରିବର୍ତ୍ତନ କରାଯାଇଥିଲା। ଏହି ନିୟମ ଅନୁଯାୟୀ ପୂର୍ବରୁ ସବଇନସ୍ପେକ୍ଟରରୁ ଇନସ୍ପେକ୍ଟର ପାଇଁ ସର୍ବନିମ୍ନ ଅଭିଜ୍ଞତା ଯୋଗ୍ୟତା 10 ବର୍ଷ ରହିଥିଲା। ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରି 8 ବର୍ଷକୁ କମାଇ ଦେଇଛନ୍ତି ।
ଏହି ନିୟମ ଆଜି(ସୋମବାର)ଠାରୁ ଲାଗୁ ହେବ । ଏହାକୁ ନେଇ ବିଜ୍ଞପ୍ତି ଲେଖା ରହିଛି। ଏହି ନିୟମ ପରେ ପୋଲିସ ବାବୁଙ୍କ ପଦୋନ୍ନତି କିଛି ସହଜ ହୋଇ ପାରିବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ