ETV Bharat / city

‘ସୁରୁଖୁରୁରେ ହେବ ରଥଯାତ୍ରା, କୌଣସି ଆଇନଗତ ସମସ୍ୟା ନାହିଁ ’ - ରଥଯାତ୍ରା

ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ପାଇଁ ମାମଲା । ଏଭଳି ସ୍ଥିତିରେ ରଥଯାତ୍ରା ହେବା ନହେବା ନେଇ ଦ୍ଵନ୍ଦ ମଧ୍ୟ ସୃଷ୍ଟି ହୋଇଛି । ତେବେ ଏହି ପରିସ୍ଥିତିରେ ରଥଯାତ୍ରା ହେବ ନହେବା ନେଇ କଣ କହୁଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ । ଅଧିକ ପଢନ୍ତୁ..

the-ride-will-be-smooth-in-rathajatra-no-legal-issues

author img

By

Published : Jun 15, 2020, 7:17 PM IST

କଟକ: ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଛି । ଏଭଳି ସ୍ଥିତିରେ ରଥଯାତ୍ରା ହେବା ନହେବା ନେଇ ଦ୍ଵନ୍ଦ ମଧ୍ୟ ସୃଷ୍ଟି ହୋଇଛି । ତେବେ ରଥଯାତ୍ରା ନେଇ କୌଣସି ଆଇନଗତ ସମସ୍ୟା ନଥିବା ହାଇକୋର୍ଟର ବରିଷ୍ଠ ଆଇନଜୀବୀ କହିଛନ୍ତି।

ସୁରୁଖୁରୁରେ ହେବ ରଥଯାତ୍ରା, କୌଣସି ଆଇନଗତ ସମସ୍ୟା ନାହିଁ !
ରଥ ନିର୍ମାଣ ଠାରୁ ଆରମ୍ଭ କରି ସ୍ନାନଯାତ୍ରା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସଠିକ ଭାବରେ ପରିଚାଳିତ ହୋଇଛି । ଏହି ମାମଲା ମଧ୍ୟ ହାଇକୋର୍ଟରେ ରୁଜୁ କରାଯାଇଥିଲା । ହାଇକୋର୍ଟଙ୍କ ଖଣ୍ଡପୀଠ ସମସ୍ତ ପକ୍ଷ ଶୁଣିବାପରେ ଏହାର ଶୁଣାଣି କରି ରଥଯାତ୍ରା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି ।୮ ଶହ ସେବାୟତଙ୍କ କୋରୋନା ପରୀକ୍ଷା କରାଯାଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ବାହାରିଛି । ତେବେ ୩ ଟି ରଥ ନିର୍ମାଣ ପାଇଁ ଯେଉଁ ମହାରଣା ନିୟୋଜିତ ହୋଇଛନ୍ତି ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି । ତେବେ ୩ ଟି ରଥ ଟାଣିବା ପାଇଁ ଏହା ଯଥେଷ୍ଟ ରହିଛି । ରଥଯାତ୍ରା ପାଇଁ ଯେଉଁ ପୋଲିସ ନିୟୋଜିତ ସେମାନେ ବି ରଥ ଟାଣି ପାରିବେ।

ସେହିପରି ଏହି ସମସ୍ତ ତଥ୍ୟ କୁ ଦେଖି ମାନ୍ୟବର ହାଇକୋର୍ଟଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଉପରେ ସମସ୍ତ ନିଷ୍ପତି ଛାଡିଛନ୍ତି । ତେବେ ସୁପ୍ରିମକୋର୍ଟ, ରଥଯାତ୍ରା ଉପରେ କୌଣସି ରାୟ ପ୍ରଦାନ କରିବେ ନାହିଁ ବୋଲି ଦୃଢକ୍ତି କରିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଡ଼ଃ ଅଶୋକ ମହାପାତ୍ର।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.