ETV Bharat / city

ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି

author img

By

Published : Mar 7, 2020, 9:41 PM IST

ଏସସିବି ମେଡିକାଲ କଲେଜର ନବ କଳେବର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ କଟକ ଜିଲ୍ଲା ପ୍ରଶାସନ ତରଫରୁ ବସ୍ତି ଗୁଡିକରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପରିବାରକୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଇ କଟକ ଜଗତପୁରଠାରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି ।

ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି
ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି

କଟକ: ଏସସିବି ମେଡିକାଲ କଲେଜର ନବ କଳେବର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ତତ୍ପର ହୋଇପଡ଼ିଛି କଟକ ଜିଲ୍ଲା ପ୍ରଶାସନ। କଟକ ଜିଲ୍ଲା ପ୍ରଶାସନ ତରଫରୁ ବସ୍ତି ଗୁଡିକରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପରିବାରକୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଇ କଟକ ଜଗତପୁରଠାରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି ।

ସେଠାରେ କ୍ୟାମ୍ପ ଗୁଡିକରେ ବସ୍ତି ବାସିନ୍ଦାଙ୍କୁ ରଖାଯାଇଛି। ସେଠାରେ ସମସ୍ତଙ୍କୁ ରହିବା ସହ ମାଗଣା ଖାଇବା ପିଇବାର ବନ୍ଦୋବସ୍ତ କରାଯାଇଛି। କଟକର ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପ୍ରକାଶ କରିଛନ୍ତି କି ବିଭିନ୍ନ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ଵରେ ଉଚ୍ଛେଦ କରାଯିବ।

ଏହାସହ ୪୫୦ ପରିବାରଙ୍କୁ ସେଠାରେ ସ୍ଥାନାନ୍ତର କରାଯିବ। ଗୋଟିଏ ପଟେ ନିଜର ଭିଟାମାଟି ଛାଡି ବସ୍ତି ବାସିନ୍ଦା ଦୁଃଖ ପ୍ରକାଶ କରୁଥିବା ବେଳେ ଅନ୍ୟପଟେ ସରକାରଙ୍କ ଏସସିବିକୁ ବିଶ୍ବସ୍ତରୀୟ ନିଷ୍ପତ୍ତିକୁ ମଧ୍ୟ ସ୍ବାଗତ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.