ETV Bharat / city

ହାତୀଙ୍କ ଗତିପଥ ଜଗିବାକୁ ନିଯୁକ୍ତି ପାଇଥିବା କର୍ମଚାରୀ ହିଁ ହାତୀକୁ ମାରୁଛନ୍ତି !

author img

By

Published : Jul 25, 2022, 10:55 PM IST

'ହାତୀଙ୍କ ଗତିପଥ ଟ୍ରାକ୍‌ କରୁଥିବା କର୍ମଚାରୀ ହିଁ ହାତୀଙ୍କୁ ଶିକାର କରୁଛନ୍ତି ।' ହାଇକୋର୍ଟରେ ଜବାବ ଦାଖଲ କରି ଏହା କହିଛନ୍ତି ରାଜ୍ୟ ସରକାର । ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ PCCFଙ୍କୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ହାତୀଙ୍କ ଗତିପଥ ଜଗିବାକୁ ନିଯୁକ୍ତି ପାଇଥିବା କର୍ମଚାରୀ ହିଁ ହାତୀକୁ ମାରୁଛନ୍ତି: ରାଜ୍ୟ ସରକାର

କଟକ: 'ହାତୀଙ୍କ ଗତିପଥ ଟ୍ରାକ୍‌ କରୁଥିବା କର୍ମଚାରୀ ହିଁ ହାତୀଙ୍କୁ ଶିକାର କରୁଛନ୍ତି ।' ହାଇକୋର୍ଟରେ ଏହି ଜବାବ ରଖିଛନ୍ତି ରାଜ୍ୟ ସରକାର । ହାଇକୋର୍ଟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ହାତୀ ମୃତ୍ୟୁ ନେଇ ଗତ ୫ ବର୍ଷ କେତେ ମାମଲା ରୁଜୁ ହୋଇଛି ତାହାକୁ ନେଇ ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ PCCFଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ହାତୀଙ୍କ ଗତିପଥ ଜଗିବାକୁ ନିଯୁକ୍ତି ପାଇଥିବା କର୍ମଚାରୀ ହିଁ ହାତୀକୁ ମାରୁଛନ୍ତି

୫ ବର୍ଷ ମଧ୍ୟରେ ରାଜ୍ୟରେ ହାତୀମୃତ୍ୟୁ ନେଇ କେତେ ମାମଲା ରୁଜୁ ହୋଇଛି ? କେତେ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? କେତେ ହାତୀଙ୍କ ମୃତ୍ୟୁ ଘଟିଛି ? ବିସ୍ତୃତ ଭାବରେ ଏକ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ PCCF Wild lifeକୁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ଅଗଷ୍ଟ ୮ ତାରିଖରେ PCCFଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଅଗଷ୍ଟ ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଭିଡିଓ କନ୍‌ଫରେସିଂ ଜରିଆରେ PCCF କୋର୍ଟରେ ହାଜର ହେବେ ।

ରାଜ୍ୟରେ ହାତୀ ସୁରକ୍ଷାକୁ ନେଇ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ହାଇକୋର୍ଟ । ହାତୀ ସୁରକ୍ଷା ପାଇଁ ସରକରା କଣ ପଦକ୍ଷେପ ନେଇଛନ୍ତି ତାହାକୁ ନେଇ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଦୁଇ ସପ୍ତାହ ସମୟ ଦେଇଥିଲେ ।

ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତଙ୍କ ପକ୍ଷରୁ ଦାଏର ଏହି ଜନସ୍ୱାର୍ଥ ମାମଲାରେ ପୂର୍ବରୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ । ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ନିଆଯାଇଛି ସେନେଇ ତଥ୍ୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟ ସରକାର କୋର୍ଟରେ ନିଜ ପକ୍ଷ ରଖିଛନ୍ତି ।

ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଗୁଳିମାଡ଼ ଶିକାର ହାତୀର ମୃତ୍ୟୁ ହୋଇଥିଲା । କିନ୍ତୁ ହାତୀମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ବନ ବିଭାଗ ଏହି ଘଟଣା ପାଇଁ ଚିନ୍ତିତ ନଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ । ବନ୍ୟ ଜୀବନ(ସୁରକ୍ଷା)ଆଇନ, ୧୯୭୨ ଅଧିନରେ ଥିବା ଦଣ୍ଡ ବ୍ୟବସ୍ଥା କଠୋର ନହେଲେ ଏଭଳି ଘଟଣା ନିୟମିତ ଘଟିବ । ଆସାମ ସରକାର ୨୦୧୦ରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ପରିବର୍ତ୍ତନ କରି ଦଣ୍ଡ ବ୍ୟବସ୍ଥା କଠୋର କରିଥିଲେ । ଆସାମ ଢଙ୍ଗରେ ଓଡ଼ିଶାରେ ମଧ୍ୟ ଆଇନ ସଂଶୋଧନ କରାଯାଇ ବନ୍ୟଜନ୍ତୁ ଶିକାର ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ବିଗତ ୫ ବର୍ଷ ଭିତରେ ବନ୍ୟଜନ୍ତୁ ବିିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସରକାରଙ୍କ ନିକଟରୁ ଜବାବ ତଲବ କରାଯାଉ । କେତେ ଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି ସେ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏଭଳି ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.