କଟକ: କଟକରେ ବ୍ୟାପକ ମାତ୍ରାରେ ଟେଷ୍ଟିଂ କରାଯାଉନି । ଯାହାର କାରଣ ମେଡିକାଲରେ ବେଡ଼ ନାହିଁ , ଅକ୍ସିଜେନ ମଧ୍ୟ ନାହିଁ । ଯଦି ଟେଷ୍ଟିଂ ବ୍ୟାପକ ହେବ ସେହି ଅନୁସାରେ ପଜେଟିଭ ମାମଲା ସାମ୍ନାକୁ ଆସିବ। ତେବେ ଭିର୍ତ୍ତିଭୂମିର ଅଭାବ ଯୋଗୁ ଟେଷ୍ଟିଂ ପ୍ରକ୍ରିୟା ତ୍ୱରିତ ହୋଇପାରୁନାହିଁ ବୋଲି ସ୍ପଷ୍ଟ କରିଛି ବିଜେପି ।
ତେବେ ଏହି ସଂକ୍ରାନ୍ତରେ କଟକ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଟେଷ୍ଟିଂ ବୃଦ୍ଧି କରିବାକୁ ଦାବି କରିଛି ବିଜେପି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ