ETV Bharat / city

ତେଲୁଗୁ ସମ୍ପ୍ରଦାୟଙ୍କ ବଢୁଛି ଚିନ୍ତା: ପ୍ରଶାସନ ଉଚ୍ଛେଦ କଲା ଶ୍ମଶାନ, କେଉଁଠି ହେବ ଅନ୍ତିମସଂସ୍କାର - କଟକ ତେଲୁଗୁ ସମ୍ପ୍ରଦାୟ

କଟକରେ ଉନ୍ନୟନ ମୂଳକ କାମ ପାଇଁ ହାଡ଼ିଆ ପଠାରେ ଥିବା ବେଆଇନ ସ୍ଥାନକୁ ଉଛେଦ କରିଛି ପ୍ରଶାସନ । ଦୀର୍ଘ ଦିନ ହେଲା ଶ୍ମଶାନ ଭାବରେ ବ୍ୟବହର କରୁଥିବା ଜମିକୁ ପ୍ରଶାସନ ବିନା ନୋଟିସରେ ଉଚ୍ଛେଦ କରିଛନ୍ତି। ଏହାକୁ ବିରୋଧ କରିଛନ୍ତି କଟକରେ ବସବାସ କରୁଥିବ ତେଲୁଗୁ ସମ୍ପ୍ରଦାୟର ଲୋକେ । ଅଧିକ ପଢନ୍ତୁ...

telugu-community-cremation-ground-eviction
ତେଲୁଗୁ ସମ୍ପ୍ରଦାୟଙ୍କ ବଢୁଛି ଚିନ୍ତା: ପ୍ରଶାସନ ଉଚ୍ଛେଦ କଲା ଶ୍ମଶାନ, କେଉଁଠି ହେବ ଅନ୍ତିମ କ୍ରିୟାକର୍ମ
author img

By

Published : Aug 3, 2021, 5:45 PM IST

Updated : Aug 3, 2021, 8:50 PM IST

କଟକ : ଶ୍ମଶାନ ଉଚ୍ଛେଦକୁ ବିରୋଧ । ବିନା ବିକଳ୍ପରେ ତେଲୁଗୁ ସମ୍ପ୍ରଦାୟର ଶ୍ମଶାନ ଭାଙ୍ଗିଛି ପ୍ରଶାସନ । ଏହାକୁ ଘୋର ବିରୋଧ କରିଛନ୍ତି କଟକରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ । କଟକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମ୍ପ୍ରସାରଣ ପାଇଁ କଟକ ହାଡିଆ ପଠାରେ ଥିବା ତେଲୁଗୁ ଶ୍ମଶାନକୁ ଭାଙ୍ଗିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ବିନା କୌଣସି କାରଣରେ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଲୋକେ ।

ତେଲୁଗୁ ସମ୍ପ୍ରଦାୟଙ୍କ ବଢୁଛି ଚିନ୍ତା: ପ୍ରଶାସନ ଉଚ୍ଛେଦ କଲା ଶ୍ମଶାନ, କେଉଁଠି ହେବ ଅନ୍ତିମସଂସ୍କାର

କଟକ ସହରରେ ବସବାସ କରନ୍ତି ୨୦ ହଜାରରୁ ଉର୍ଦ୍ଧ୍ବ ତେଲୁଗୁ ସମ୍ପ୍ରଦାୟର ଲୋକେ । କଟକ ହାଡ଼ିଆ ପଠାରେ ୨ ଏକକରରୁ ଉର୍ଦ୍ଧ୍ବ ଜାଗାରେ ରହିଛି ତେଲୁଗୁ ସମ୍ପ୍ରଦାୟର ଶ୍ମଶାନ । କେଉଁ କାଳରୁ ଏହିଠାରେ ସମ୍ପ୍ରଦାୟର ଲୋକଙ୍କୁ ଦାହ ଓ ସମାଧି ଦିଆଯାଉଛି । ହେଲେ ବିନା କୌଣସି ବିକଳ୍ପରେ ଶ୍ମଶାନ ଉଚ୍ଛେଦ କରିବା ଗୋଟିଏ ସମ୍ପ୍ରଦାୟ ପ୍ରତି ଘୋର ପକ୍ଷପାତ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଶ୍ମଶାନ ଭାଙ୍ଗିବା ବିବାଦ ଉପରେ ସ୍ପଷ୍ଟିକରଣ ରଖିଛନ୍ତି କଟକ ଜିଲ୍ଲାପାଳ । ସମ୍ପ୍ରଦାୟର ଲୋକମାନେ ଯେଉଁ ଯୁକ୍ତି କରୁଛନ୍ତି ତାହା ଅମୂଳକ । ସେମାନଙ୍କ ପାଇଁ ଭୁଆସୁଣି ନିକଟରେ ଜାଗା ଚିହ୍ନଟ ହୋଇଛି । ସେଠାରେ ସେମାନେ ଦାହ ସଂସ୍କାର ସହ ସମାଧି ଦେବେ ବୋଲି ଜିଲ୍ଲାପାଳ ।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିକାଶ ଓ ଅନ୍ୟପଟେ ସମ୍ପ୍ରଦାୟର ବିନାଶ । ଦୀର୍ଘ ଦିନ ଓଡିଶାରେ ରହି ନିଜର ଜୀବିକା ନିର୍ବାହ କରୁଛନ୍ତି ତେଲୁଗୁ ଭାଷାଭାଷୀ ଲୋକେ । ତେବେ ଏହି ବିବାଦରେ ଯଦି ଶୀଘ୍ର ସମାଧାନ ନହୁଏ ତେବେ ବାଧ୍ୟ ହୋଇ କଟକ ଛାଡିବାକୁ ପଡିବ ବୋଲି ତେଲୁଗୁ ସମ୍ପ୍ରଦାୟର ଲୋକେ କ୍ଷୋଭର ସହ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 3, 2021, 8:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.