ETV Bharat / city

BSKY କାର୍ଡ ଆଧାରରେ ଚିକିତ୍ସା, ନର୍ସିଂହୋମକୁ CMC କମିଶନରଙ୍କ ଅଚାନକ ଗସ୍ତ

author img

By

Published : Dec 30, 2021, 2:14 PM IST

ଘରୋଇ ନର୍ସିଂହୋମକୁ ଅଚାନକ ଗସ୍ତ କଲେ CMC କମିଶନର ଓ କଟକ ଡିସିପି । BSKY କାର୍ଡ ଆଧାରରେ ସଠିକ ଚିକିତ୍ସା ହେଉଛି କି ନାହିଁ ସେ ନେଇ ସ୍ଥିତି ପରଖିଛନ୍ତି । ଅଧିକ ପଢନ୍ତୁ

BSKY କାର୍ଡ ଆଧାରରେ ଚିକିତ୍ସା, ନର୍ସିଂହୋମକୁ CMC କମିଶନର, କଟକ DCPଙ୍କ ଅଚାନକ ଗସ୍ତ

କଟକ: ଘରୋଇ ନର୍ସିଂହୋମକୁ ଅତର୍କିତ ଗସ୍ତ କରିଛନ୍ତି CMC କମିଶନର ଅନନ୍ୟା ଦାସ ଓ କଟକ ଡିସିପି ପ୍ରତୀକ ସିଂ । BSKY କାର୍ଡରେ ରୋଗୀଙ୍କ ଚିକିତ୍ସା ସଠିକ ଢଙ୍ଗରେ ହେଉଛି ନା ନାହିଁ ଏନେଇ ରୋଗୀ ଓ ରୋଗୀର ସହଯୋଗୀଙ୍କ ସହ ସେମାନେ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

BSKY କାର୍ଡ ଆଧାରରେ ଚିକିତ୍ସା, ନର୍ସିଂହୋମକୁ CMC କମିଶନରଙ୍କ ଅଚାନକ ଗସ୍ତ

ଏହି ଗସ୍ତ ସମୟରେ ରୋଗୀଙ୍କ ଚିକିତ୍ସା ସଠିକ ଢଙ୍ଗରେ ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି କମିଶନର । ତେବେ କେବଳ କଟକ ନୁହେଁ ସାରା ରାଜ୍ୟରୁ କଟକର ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀ ଆସୁଛନ୍ତି । ସେମାନଙ୍କ ଚିକିତ୍ସା ଦିଗରେ BSKY କାର୍ଡ ସଞ୍ଜୀବନି ସାଜିଛି । ତେବେ କଟକ ସହରରେ ଯେତେ ଘରୋଇ ନର୍ସିଂହୋମ ରହିଛି ସବୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଠି ବି ତ୍ରୁଟି ପରିଲକ୍ଷିତ ହୋଇଛି ସିଧାସଳଖ ମେଡ଼ିକାଲ ଅଧକାରୀଙ୍କ ସହ ଆଲୋଚନା କରାଯାଇ ଏହି ଅସୁବିଧାକୁ ଶୀଘ୍ର ଶେଷ କରାଯିବ।

ଏହା ବି ପଢନ୍ତୁ: School Reopen in Cuttack: ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

ତେବେ ଏହାରି ମଧ୍ୟରେ ଅନେକ ରୋଗୀ SCB ମେଡ଼ିକାଲରୁ ମଧ୍ୟ ଆସିଛନ୍ତି । ସେଠାରେ ଚିକିତ୍ସାରେ ବ୍ୟାପକ ଅବହେଳା ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଘରୋଇ ନର୍ସିଂହୋମରେ BSKY ଆଧାରରେ ସଠିକ ଚିକିତ୍ସା ଜାରି ରହିଥିବାରୁ ଖୁସି ହୋଇଛନ୍ତି ରୋଗୀଙ୍କ ସମ୍ପର୍କୀୟ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.