ETV Bharat / city

ଦାୟିତ୍ବ ନେବା ପରେ DGPଙ୍କ ପ୍ରତିକ୍ରିୟା, କହିଲେ ସବୁଦିଗରେ ରହିବ ନଜର

author img

By

Published : Dec 31, 2021, 6:26 PM IST

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ସୁନୀଲ ବଂଶଲ । ଓଡ଼ିଶା ପୋଲିସର ସଫଳତାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା କରାଯିବ । ଅଧିକ ପଢ଼ନ୍ତୁ

ଦାୟିତ୍ବ ନେବାପରେ DGPଙ୍କ ପ୍ରତିକ୍ରିୟା, କହିଲେ ସବୁଦିଗରେ ରହିବ ନଜର

କଟକ: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ସୁନୀଲ ବଂଶଲ । ସାରା ଦେଶରେ ଓଡ଼ିଶା ପୋଲିସ ନାମ ରହିଛି । ଓଡ଼ିଶା ପୋଲିସର ଏହି ସଫଳତାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା କରାଯିବ । ନକ୍ସଲ ପ୍ରବଣ ଅଞ୍ଚଳରେ ଓଡ଼ିଶା ପୋଲିସକୁ ଖୁବ ସଫଳତା ମିଳିଛି । ଏହାକୁ ଅନ୍ୟ ନକ୍ସଲପ୍ରବଣ ରାଜ୍ୟ ଗୁଡି଼କ ଅନୁକରଣ କରୁଛନ୍ତି । ତା ସହିତ ବିପର୍ଯ୍ୟୟ ମୁକାବିଲାରେ ପୋଲିସର ଭୂମିକାକୁ ଦୃଢ଼ କରାଯିବ ।

ପ୍ରତ୍ୟେକଙ୍କୁ ସେବା ଓ ସୁରକ୍ଷା ଦେବା ଓଡ଼ିଶା ପୋଲିସର ମୂଳ ଲକ୍ଷ୍ୟ ରହିବ । ସୁଲୀଲ ବଂଶଲ କହିଛନ୍ତି ଯେ, "ସାଇବର ଅପରାଧ ସାରା ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ସାଇବର ଅପରାଧ ଉପରେ ଅଧିକ ଫୋକସ୍‌ କରାଯିବ । ନକ୍ସଲ ମୁକାବିଲା ପାଇଁ ଓଡ଼ିଶା ପଡ଼ୋଶୀ ରାଜ୍ୟ ସହ ମିଳିତ ଭାବରେ କାର୍ଯ୍ୟ କରିବ । ଏହାଦ୍ବାରା ହିଁ ନକ୍ସଲ ନିୟନ୍ତ୍ରଣ ଉପରେ ସଫଳତା ହାସଲ ସମ୍ଭବପର ।"

ପୋଲିସ ବିଭାଗରେ ସବୁବେଳେ ଚ୍ୟାଲେଞ୍ଜ ରହିବ । ଲୋକଙ୍କ ଜୀବନଧାରଣ କ୍ଷମତା ବଢ଼ିଛି । କିନ୍ତୁ ଓଡ଼ିଶା ପୋଲିସ ପାଖରେ ଯଥେଷ୍ଠ ସମ୍ବଳ ରହିଛି, ଯାହା ଦ୍ବାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ଅଣାଯିବ । ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚରେ ସ୍ବତନ୍ତ୍ର ସେଲ୍‌ ତିଆରି ହୋଇଛି । ଏହାକୁ ଆହୁରି ଦୃଢ଼ିଭୁତ କରାଯିବ । କୋଭିଡ ସ୍ଥିତିରେ ପୋଲିସ କିଭଳି କାର୍ଯ୍ୟ କରିବ ତାହା କହି ହେବ ନାହିଁ । ୧୫ ଦିନ ପରେ କୋଭିଡ ସ୍ଥିତି କିଭଳି ରହିବ ତାହା କହିବା ଅସମ୍ଭବ । ପୋଲିସ ବିଭାଗରେ ମୋ ସରକାର ଓ 5T ଉପକ୍ରମ ଲାଗୁ କରି ସ୍ବଚ୍ଛତା ଅଣାଯିବ ।

ରାଜ୍ୟରେ ପୋଲିସ ବିଭାଗ ଦୁର୍ନିତୀମୁକ୍ତ ହେବ ବୋଲି କହିଛନ୍ତି ନୂଆ ପୋଲିସ ଡିଜି ସୁନୀଲ ବଂଶଲ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଦାୟୀକାଳୀନ ପୋଲିସ ଡିଜି ଅଭୟ । ସଭିଙ୍କ ସହଯୋଗ ଓ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଓଡ଼ିଶା ପୋଲିସ ଆଗକୁ ବଢ଼ି ପାରିଛି ବୋଲି ଅଭୟ କହିଛନ୍ତି ।

ଭୁବନେଶ୍ବରରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.