କଟକ: ବନ୍ଦ ହେବ କନିକା ଛକ ନିକଟ ସନ ହସ୍ପିଟାଲ । ହସ୍ପିଟାଲକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପ୍ରଶାସନ । ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ କୈଫତ ମଗାଯାଇଥିଲା । ହେଲେ ସନ୍ତୋଷଜନକ ଉତ୍ତର ନ ମିଳିବା ସହ ତଦନ୍ତ ସମୟରେ ଅନେକ ତ୍ରୁଟି ଜଣାପଡିଥିଲା । ଫଳରେ କଟକ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ହସ୍ପିଟାଲରେ ନିଦାନ ପରୀକ୍ଷା ବନ୍ଦ କରିବା ସହ ଆଉଟଡୋର ଏବଂ ୱାର୍ଡରେ ରୋଗୀ ସେବା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଗତ ଫେବୃୟାରୀ 1 ତାରିଖ ଦିନ ସନ ହସ୍ପିଟାଲରେ ନିଆଁ ଲାଗିଥିଲା । ହସ୍ପିଟାଲର ନିରାପତ୍ତାକୁ ନେଇ ଉଠିଥିଲା ବଡ ପ୍ରଶ୍ନ । ଯାହାକୁ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ସଂପୃକ୍ତ ସଂସ୍ଥାକୁ ପ୍ରଶାସନ ପକ୍ଷରୁ କୈଫତ ମଗାଯାଇଥିଲା। ହସ୍ପିଟାଲରେ ଫାୟାର ସାର୍ଟିଫିକେଟ ନଥିବା ବେଳେ ଫାର୍କିଂ ସୁବିଧା ନାହିଁ । ତେବେ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଙ୍ଘନ କରି ହସ୍ପିଟାଲ ଚାଲୁଥିବା ତଦନ୍ତ ପରେ ଜଣା ପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ