ETV Bharat / city

ଖରାରେ ଲସି ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ !

ଗରମ ଦିନରେ ଲସିର ମଜା ନେଉଛନ୍ତି କି ହୋଇଯାଆନ୍ତୁ ସାବଧାନ ! କଟକର ବିଭିନ୍ନ ଲସି ଦୋକାନରୁ ନିମ୍ନମାନର ସାମଗ୍ରୀ ଠାବ । ଅଧିକ ପଢନ୍ତୁ

author img

By

Published : Apr 5, 2022, 9:21 PM IST

ଖରାରେ ଲସି ପିଉଥିଲେ ହୋଇଯାଆନ୍ତୁ ସାବଧାନ !ଖରାରେ ଲସି ପିଉଥିଲେ ହୋଇଯାଆନ୍ତୁ ସାବଧାନ !
ଖରାରେ ଲସି ପିଉଥିଲେ ହୋଇଯାଆନ୍ତୁ ସାବଧାନ !

କଟକ: ଗରମ ଦିନରେ ଲସିର ମଜା ନେଉଛନ୍ତି କି ହୋଇଯାଆନ୍ତୁ ସାବଧାନ ! କାରଣ ଲସି ପିଉ ପିଉ କେତେବେଳେ ଶାରୀରିକ ଅସୁସ୍ଥତାର ଶିକାର ହୋଇପାରନ୍ତି । କାରଣ କଟକରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ପରେ ନିମ୍ନମାନର ପାନୀୟ ସାମଗ୍ରୀ ମଧ୍ୟ ବିକ୍ରି ହେଉଥିବା ଜାଣିବାକୁ ପାଇଛି ସିଏମସିର ଫୁଡ୍ ସେଫ୍ଟି ଟିମ୍ ।

ଖରାରେ ଲସି ପିଉଥିଲେ ହୋଇଯାଆନ୍ତୁ ସାବଧାନ !

ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) କଟକ ବିଭିନ୍ନ ଲସି ଓ ସର୍ବତ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଛୋଟ ଓ ବଡ଼ ବିଭିନ୍ନ ଲସି ଓ ସର୍ବତ ଦୋକାନରେ ସିଏମସିର ଖାଦ୍ୟ ସୁରକ୍ଷା ଟିମ ଚଢ଼ାଉ କରି ଏହା ପିଇବା ଉପଯୋଗୀ କି ନାହିଁ ତାହାକୁ ତଦାରଖ କରିଥିଲା । ଅନେକ ଦୋକାନରେ ଦହି ନିମ୍ନ ମାନର ରହିଥିବାରୁ ଉକ୍ତ ଦୋକାନର ସମସ୍ତ ଖାଦ୍ୟ ସମଗ୍ରୀକୁ ନଷ୍ଟ କରିଛି ଫୁଡ୍ ସେଫ୍ଟି ଟିମ । ଏହାସହ ଖାଦ୍ୟ ସୁରକ୍ଷା ପଞ୍ଜିକରଣ ନଥିବାରୁ ଅନେକ ଦୋକାନକୁ ଚେତାବନୀ ମଧ୍ୟ ଦିଆଯାଇଛି । ଉକ୍ତ ଦୋକାନୀମାନଙ୍କୁ ଆସନ୍ତା 7 ଦିନ ମଧ୍ୟରେ ପଞ୍ଜିକୃତ ସାର୍ଟିଫିକେଟ କରାଇବା ପାଇଁ ମଧ୍ୟ ତାଗିଦ କରିଛି ସିଏମସି । ଏହାସହ ଫାଷ୍ଟ ଫୁଡ଼, ବିରିୟାନି ଷ୍ଟଲ ଓ ରାସ୍ତାକଡ଼ ଠେଲା ଖାଦ୍ୟକୁ ମଧ୍ୟ ଯାଞ୍ଚ କରିଛି ସିଏମସି ଟିମ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.