ETV Bharat / city

ରାତି ପାହିଲେ ନେତାଜୀ ଜୟନ୍ତୀ, ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଅନୁମତି, ଗ୍ୟାଲେରୀକୁ ବାରଣ

author img

By

Published : Jan 22, 2022, 3:35 PM IST

ଆସନ୍ତାକାଲି (ରବିବାର) ନେତାଜୀ ଜୟନ୍ତୀ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ସ୍ଥାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

ରାତି ପାହିଲେ ନେତାଜୀ ଜୟନ୍ତୀ : ପ୍ରସ୍ତୁତି ଶେଷ

କଟକ: ରାତି ପାହିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ତେବେ ଏହି ଉତ୍ସବ ପାଇଁ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ସ୍ଥାନ ତଥା ସଂଗ୍ରହାଳୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆସନ୍ତାକଲି (ରବିବାର) ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।

ଏହାବି ପଢନ୍ତୁ :Road Accident: ବସକୁ ବାଡେଇ ଓଲଟି ପଡିଲା ଟ୍ରକ, ୫ରୁ ଅଧିକ ମୃତ !

ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କର୍ମକର୍ତ୍ତା ଉପସ୍ଥିତ ରହିବେ। କୋଭିଡ କଟକଣାକୁ ନଜରରେ ରଖି ସାଧାରଣ ଜନତା କେବଳ ନେତାଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇ ପାରିବେ। କିନ୍ତୁ ଗ୍ୟାଲେରୀ ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । ତେବେ ଏହାକୁ ନଜର ରଖି ସମସ୍ତ ପ୍ରସ୍ତୁତି ଦିଗ ଶେଷ ହୋଇଥିବା କହିଛନ୍ତି ନେତାଜୀ ସଂଗ୍ରହାଳୟର ଇନଚାର୍ଜ ଜଳେନ୍ଦ୍ର ପ୍ରସାଦ ରାଏ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.