ETV Bharat / city

ଲୁଚିଛପି ବାଣ ଫୁଟାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କଟକ ଡିସିପି - କଟକ ଡସିପିଙ୍କ ପ୍ରତିକ୍ରିୟା

କାଳୀପୂଜା ଓ ଦୀପାବଳି ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ । ସହରରେ ଶାନ୍ତିଶୃଙ୍ଖଳାର ସହ ଏହି ଆଲୋକର ପର୍ବ ପାଳନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଅଧିକ ପଢ଼ନ୍ତୁ...

ଲୁଚିଛପି ବାଣ ଫୁଟାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : କଟକ ଡିସିପି

author img

By

Published : Nov 3, 2021, 7:48 PM IST

କଟକ: କାଳୀପୂଜା ଓ ଦୀପାବଳି ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ । ସହରରେ ଶାନ୍ତିଶୃଙ୍ଖଳାର ସହ ଏହି ଆଲୋକର ପର୍ବ ପାଳନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ସହରକୁ ଜଗିବେ ୧୮ ପ୍ଲାଟୁନ ପୋଲିସ ଫୋର୍ସ । ଏଥିପାଇଁ ୧୦୪ ଜଣ ଅଫିସର ନିୟୋଜିତ ରହିବେ । ୫୨ଟି ସେକ୍ସନ ଫୋର୍ସ, ୧୬ ଜଣ ହାବିଲଦାର, ୧୭୧ ଜଣ ଏପିଆର ଓ ୧୨୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ ।

ଲୁଚିଛପି ବାଣ ଫୁଟାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : କଟକ ଡିସିପି

ଏହାସହ ସହରରେ ୧୪ଟି ଏଡ୍‌ ପୋଷ୍ଟ ମଧ୍ୟ କରାଯିବ । ତେବେ ସହରରେ ମୂର୍ତ୍ତି ବିସର୍ଜନ ପାଇଁ ଦେବୀଗଡ଼ାରେ ୩ଟି କୁଣ୍ଡ କରାଯାଇଛି । ୬ ତାରିଖ ସୁଦ୍ଧା ମୂର୍ତ୍ତି ବିସର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ସମସ୍ତ କୋଭିଡ ଗାଇଡଲାଇନ ଅନୁପାଳନ କରାଯାଇ ଦୀପାବଳି ଓ କାଳୀ ପୂଜା ପାଳନ କରିବା ପାଇଁ କଟକ ଡିସିପି ପ୍ରତୀକ ସିଂ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି ଦୀପାବଳିରେ ରାତି ୮ଟା ରୁ ୧୦ ଟା ପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାଣ ଫୁଟେଇ ପାରିବେ ଜନସାଧାରଣ । କେବଳ ସବୁଜ ବାଣ ଫୁଟାଇ ପାରିବେ ଲୋକେ । ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ୍‌ କହିଛନ୍ତି ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.