ETV Bharat / city

ହସୁଛି କଣ୍ଢେଇ, ଜୀବନ ଜୀବିକା ସମ୍ଭାଳୁଛନ୍ତି ଉଠା ଦୋକାନୀ - special story

କଣ୍ଢେଇ, ଛୋଟ ଛୁଆଙ୍କ ସାଥୀ ତ ବଡଙ୍କ ସୌକିନ। ଆଉ ସେଇ କଣ୍ଢେଇ ଉଠା ବେପାରୀଙ୍କୁ ଦେଇଛି ରୋଜଗାର । ଏନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

କଣ୍ଢେଇ ଦେଖାଇଛି ଜିଇଁବାର ମାର୍ଗ
କଣ୍ଢେଇ ଦେଖାଇଛି ଜିଇଁବାର ମାର୍ଗ
author img

By

Published : Jan 10, 2021, 2:17 PM IST

କଟକ: କଣ୍ଢେଇ, ଛୋଟ ଛୁଆଙ୍କ ସାଥୀ ତ ବଡଙ୍କ ସୌକିନ। ନିର୍ଜୀବ ହେଲେ ବି ଏମାନେ କୌଣସି ପରୀ ରାଇଜର ରାଜକୁମାରୀ ଠୁ କମ ନୁହଁନ୍ତି। ଦେଖୁନାହାଁନ୍ତି ଏହି କଣ୍ଢେଇ ଗୁଡିକୁ ଉଠାଦୋକାନୀଟି କେମିତି ଝିଲମିଲ ପୋଷାକରେ ସଜେଇ ଦେଇଛି। ନୀଳ, ଲାଲ, ନାରଙ୍ଗୀ ଭଳିକି ଭଳି ଡ୍ରେସ ପିନ୍ଧିଥିବା କଣ୍ଢେଇ ଗୁଡିକ ଉପରୁ କ୍ଷଣିକ ପାଇଁ ବି ଆଖି ହଟୁନି। ଆଉ ଏହି କଣ୍ଡେଇ ଏବେ ଦେଇଛି ଜୀବନ ଜିବିକା । କୋରୋନା ମାହାମାରୀ ଯୋଗୁଁ ଜାନି ଜାତ, ମେଳା ମହୋତ୍ସବ ବନ୍ଦ ଥିବାବେଳେ ପେଟପାଟଣା ପାଇଁ ନାନା ହଇରାଣ ହେଉଥିଲେ ଉଠାବେପାରୀ ଜଣଙ୍କ । ତେବେ ଲକଡାଉନ ସମାନ୍ୟ କୋହଳ ହେବା ପରଠୁ ରାସ୍ତା କଡରେ କଣ୍ଢେଇ ବ୍ୟବସାୟ କରି ନିଜର ପରିବାର ପୋଷଣ କରୁଛନ୍ତି ଏହି ଉଠା ବ୍ୟବସାୟୀ ।

କଣ୍ଢେଇ ଦେଖାଇଛି ଜିଇଁବାର ମାର୍ଗ

ଅନ୍ୟପଟେ ସିଲଭରସିଟିରେ ଏହି ସୁନ୍ଦର କଣ୍ଢେଇର ଚାହିଦା ମଧ୍ୟ ବେଶ ଅଧିକ । ରାସ୍ତା କଡରେ ଵ୍ୟଵସାୟୀ ବସି ଥିବାରୁ ଅଧିକାଂଶ ସେମାନଙ୍କ ମନ ପସନ୍ଦର କଣ୍ଢେଇ କିଣିବାର ମଧ୍ୟ ସୁଯୋଗ ପାଉଛନ୍ତି । ଘର ସଜାଇବାଠୁ ଆରମ୍ଭ କରି ଛୋଟ ପିଲାଙ୍କ ପାଇଁ କିଣି ନେଉଛନ୍ତି ମନ ମୁତାବକ କଣ୍ଡେଇ । ସେପଟେ ସୋ ରୁମ ଅପେକ୍ଷା ଏହି ରାସ୍ତା କଡର କଣ୍ଡେଇ ଦାମ ମଧ୍ୟ କମ ରହିଛି । ଫଳରେ ଗୋଟିଏ ଜାଗାରେ ଦୁଇଟି କଣ୍ଢେଇ ନେବାକୁ ପଛାଉ ନାହାନ୍ତି ଗ୍ରାହକ ।

ତେବେ କୋଭିଡ କାଳ ରେ ଗୋଟିଏ ବର୍ଷ ବିତିଗଲା । ଏହି ଉଠା ଦୋକାନୀଙ୍କ ବ୍ୟବସାୟ ମଧ୍ୟ ବଦଳିଗଲା । ଏବେ କଣ୍ଢେଇ ବ୍ୟବସାୟ ଆରମ୍ଭ କରି ନିଜର ପରିବାର ପୋଷଣ ଦିଗରେ ଅଗ୍ରସର ଏହି ଉଠା ବ୍ୟବସାୟୀ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.