ETV Bharat / city

ସିଲଭର ସିଟିକୁ ମୌସୁମୀ ଡର, ଚେଇଁ ଶୋଇଛି ପ୍ରଶାସନ - ସିଲଭର ସିଟିକୁ ମୌସୁମୀ ଡର

ମୌସୁମୀ ଟେନସନରେ ସିଲଭର ସିଟି । ଲଗାଣ ବର୍ଷା ହେବା ପୂର୍ବରୁ ଲୋକଙ୍କୁ ନିଇତି ଡରାଉଛି ଜଳବନ୍ଦୀ । ଅଧିକ ପଢନ୍ତୁ...

ଆସିଛି ମୌସୁମୀ ଜଳବନ୍ଦୀ ଭୟରେ କଟକବାସୀ
ଆସିଛି ମୌସୁମୀ ଜଳବନ୍ଦୀ ଭୟରେ କଟକବାସୀ
author img

By

Published : Jul 28, 2020, 3:40 PM IST

କଟକ: ସିଲଭର ସିଟିକୁ ମୌସୁମୀ ଡର । ପ୍ରତିବର୍ଷ ମୌସୁମୀ ଆସିଲେ କଟକବାସୀଙ୍କ ଛାତିରେ ପଶେ ଛନକା । କାରଣ ଅସରାଏ ବର୍ଷାରେ ବେହାଲ ହୋଇଯାଏ ସ୍ଥିତି । ଆଉ ଲଗାଣ ବର୍ଷା କଟକିଆଙ୍କୁ କରେ ଜଳବନ୍ଦି । ରାସ୍ତା ଘାଟରେ ଲହଡି ଭାଙ୍ଗେ କୃତ୍ରିମ ବନ୍ୟା । ଚଳିତ ବର୍ଷ ମଧ୍ୟ କଟକବାସୀଙ୍କୁ ଘାରିଛି ଜଳାବର୍ଣ୍ଣର ଚିନ୍ତା । ହେଲେ ଏବେ ବି ଚେଇଁ ଶୋଇଛି ପ୍ରଶାସନ ।

ଆସିଛି ମୌସୁମୀ ଜଳବନ୍ଦୀ ଭୟରେ କଟକବାସୀ

ମୌସୁମୀ ପାଦ ଥାପିଛି । ମୌସୁମୀ ଆସିବାର ଗୁଡାଏ ଦିନ ହୋଇଗଲାଣି ତଥାପି ଡ୍ରେନରୁ ସଫା ହୋଇନି କୁଢ କୁଢ ଅଳିଆ ଆବର୍ଜନା । ଆଗକୁ ଯଦି ଲଗାଣ ବର୍ଷା ଆରମ୍ଭ ହୁଏ ତେବେ କେତେବେଳେ ବି ଜଳାବର୍ଣ୍ଣ ହୋଇପାରେ ସହର । ବାଉନ ବଜାର ତେପନ ଗଳି ସହରରେ ଗାଡି ଯିବା ତ ଦୂରର କଥା ଚାଲିକି ଯିବା ମଧ୍ୟ ଭାରି ମୁସକିଲ । ଏହାର ସ୍ଥାୟୀ ସମାଧାନ ଦାବିକରିଛନ୍ତି କଟକ ସହରବାସୀ ।

ସେପଟେ, କଟକ ମହାନଗର ନିଗମରେ କାଉନସିଲ ନାହିଁ ବୋଲି ଏପରି ସମସ୍ୟା ଦେଖାଦେଉଛି ବୋଲି ପୂର୍ବତନ ସିଏମସି କର୍ପୋରେଟର ଅରୁଣ ସେଠି । ତାଙ୍କ କହିବାନୁଯାୟୀ , ଗତ କମିଶନର ଥିଲା ବେଳେ କୋଟିଏ ଟଙ୍କା ମଞ୍ଜୁରୀ ହୋଇ ସମସ୍ତ ନାଳ ନର୍ଦ୍ଦମା ସଫା ହୋଇଥିଲା । ହେଲେ ଚଳିତବର୍ଷ ଏହା ସମ୍ପୂର୍ଣ୍ଣ ରୂପେ ଦୃଷ୍ଟିଗୋଚର ହେଉ ନାହିଁ । ଅଫିସର ଙ୍କ ହାତରେ କାଗଜ କଲମ ରହିଲେ ଯାହା ହୁଏ ତାହା ବର୍ଷ ବର୍ଷ ଧରି ଭୋଗି ଆସୁଛନ୍ତି ସହରବାସୀ । ଏହା ନିଶ୍ଚୟ ଯେ, ସିଏମସି ଯେତେ ବି ଯୋଜନା ହାତକୁ ନେଉଛି ତାହା କେବଳ ଲୋକ ଦେଖାଣିଆ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ ବର୍ଷା ଜଳ କଟକର କୌଣସି କ୍ଷତି କରିବନି ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ଜଳବନ୍ଦୀ ଅଞ୍ଚଳଗୁଡିକୁ ଚିହ୍ନଟ କରାଯାଇ ସେଠି ପମ୍ପ ସେଟ ମୁତୟନ ହୋଇଛି। ଏହା ବ୍ୟତୀତ ସିଏମସିର ଅଧକାରୀମାନେ ଡ୍ରେନ ଉଛୁଳା କାମ ଜାରି ରଖିଛନ୍ତି । ପ୍ରତି ବର୍ଷ ବର୍ଷା ଆସିଲେ ସିଏମସି କହେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥର ମଧ୍ୟ ସେହି ସମାନ କଥା କହି ସମସ୍ୟାକୁ ଏଡାଇ ଦେବାକୁ ବସିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.