କଟକ: ଜିଲ୍ଲା ଅଡ଼ଶପୁର ଅଞ୍ଚଳରୁ ନକଲି ଗୁଟଖା କମ୍ପାନୀ ଉପରେ ଚଢ଼ାଉ କରିଛି ସ୍ପେଶାଲ ଟାସ୍କ ଫୋର୍ସ ବା STF । ଏହି ଚଢ଼ାଉ ସମୟରେ ୧.୫ କୁଇଣ୍ଟାଲ ନକଲି ସାମଗ୍ରୀ ଜବତ ମଧ୍ୟ କରାଯାଇଛି । ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ଅଟକ ରହିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କୁମାର ସାହୁ । ଅଧିକ ତଦନ୍ତ ପାଇଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ଏହି କମ୍ପାନୀରେ ଦୀର୍ଘ ବର୍ଷ ହେବ ନକଲି ଗୁଟଖା ତିଆରି ହେଉଥିଲା । ଏହାସହ ବିକ୍ରି ମଧ୍ୟ ହେଉଥିଲା । ତେବେ ଶେଷରେ ସବୁ ନକଲି ବ୍ୟବସାୟ ଉପରେ ପୁର୍ଣ୍ଣଚ୍ଛେଦ ପକାଇ ଦେଇଛି STF ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ