କଟକ: ସରିଲା ରାଜ୍ୟ କୁସ୍ତି ସଂଘ ନିର୍ବାଚନ । ନିର୍ଦ୍ବନ୍ଦ୍ବ ଶେଷ ହୋଇଛି ନିର୍ବାଚନ । ସଭାପତି ପଦବୀରେ ରାମଚନ୍ଦ୍ର ପାଢୀ, ସାଧାରଣ ସମ୍ପାଦକ ପଦବୀରେ କିଶୋର ଚନ୍ଦ୍ର ବେହେରା ଓ କୋଷଧ୍ୟକ୍ଷ ପଦୀବରେ କୁମାର ରାଏ ନିର୍ବାଚିତ ହୋଇଛନ୍ତି । ଆସନ୍ତା 4 ବର୍ଷ ପାଇଁ ଏମାନେ ଓଡିଶା କୁସ୍ତି ସଂଘର ଦାୟିତ୍ବ ତୁଲାଇବେ ।
![ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି](https://etvbharatimages.akamaized.net/etvbharat/prod-images/od-ctc-08-wrestlingassociationelection-avo-od10038_07032021232018_0703f_1615139418_929.jpg)
ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ନିର୍ବାଚନରେ ଅନୁବନ୍ଧିତ ଜିଲ୍ଲାର ସଦସ୍ୟ, ସଂଘର ଉପଦେଷ୍ଟା ଆର୍ଶୀବାଦ ବେହେରା ଉପସ୍ଥିତ ଥିଲେ । ଏହାସହ ଭାରତୀୟ କୁସ୍ତି ସଂଘର ଉପସଭାପତି ଆସିତ ଶାହା ଉପସ୍ଥିତ ରହି ତମାମ ନିର୍ବାଚନୀ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ କାର୍ଯ୍ୟ ତୁଲାଇଥିଲେ ।
![ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି](https://etvbharatimages.akamaized.net/etvbharat/prod-images/od-ctc-08-wrestlingassociationelection-avo-od10038_07032021232018_0703f_1615139418_921.jpg)
![ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ରାଜ୍ୟ କୁସ୍ତି ସଂଘର ସଭାପତି](https://etvbharatimages.akamaized.net/etvbharat/prod-images/od-ctc-08-wrestlingassociationelection-avo-od10038_07032021232018_0703f_1615139418_445.jpg)
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ