ETV Bharat / city

OTM ମାମଲା: ୧୧୫ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର, ହାଇକୋର୍ଟରେ ସତ୍ୟପାଠ ଦାଖଲ

OTM ପୁନଃରୁଦ୍ଧାର ଏବଂ କର୍ମଚାରୀ ମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଆଜି ଅଫିସିଆଲ ଲିକ୍ୟୁଡେଟର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ନଭେମ୍ବର 15 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅଧିକ ପଢ଼ନ୍ତୁ

state govt filed a affidavit regarding OTM revival case in Odisha High court
OTM ମାମଲା: ୧୧୫ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର, ହାଇକୋର୍ଟରେ ସତ୍ୟପାଠ ଦାଖଲ
author img

By

Published : Oct 18, 2022, 10:48 PM IST

କଟକ: OTM ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଆଜି ଅଫିସିଆଲ ଲିକ୍ୟୁଡେଟର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର ଦେଇଥିବା 115 କୋଟି ଟଙ୍କାକୁ ଫିକ୍ସ ଡିପୋଜିଟ୍‌ ଆକାରରେ ରଖାଯାଇଥିବା ଲିକ୍ୟୁଡେଟର କୋର୍ଟଙ୍କୁ ଅବଗତ କରାଇଛନ୍ତି । କର୍ମଚାରୀମାନେ ନିଜ ପ୍ରାପ୍ୟ ବାବାଦୀୟ ଦସ୍ତାବିଜ୍‌ ଦାଖଲ କଲାପରେ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି ଅଫିସିଆଲ ଲିକ୍ୟୁଡେଟର । ନଭେମ୍ବର 15 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

OTM ମାମଲା: ୧୧୫ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର, ହାଇକୋର୍ଟରେ ସତ୍ୟପାଠ ଦାଖଲ

OTM ପୁନରୁଦ୍ଧାର ପ୍ରସଙ୍ଗରେ ରାଜ୍ୟ ସରକାର ଦେବେ ୧୧୫ କୋଟି ଟଙ୍କା । ୩୦ ଦିନ ମଧ୍ୟରେ ଏହି ରାଶି ଡିପୋଜିଟ କରିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ଆଡଭୋକେଟ ଜେନେରାଲ । ତେବେ ପୂର୍ବରୁ ଏହି ମାମଲାର ଶୁଣାଣି କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କ କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

OTM ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ, ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ସେହିପରି ଇଡ୍‌କୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ୍‌ କରିଛି । କେବଳ ସେତିକି ନୁହେଁ ଗୋଟିଏ ମିଟରରେ ୯୦ଟି କ୍ବାର୍ଟରରେ ବିଦ୍ୟୁତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ କୋର୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ କ୍ବାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କ୍ବାର୍ଟରର କର୍ମଚାରୀ ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟ ସରକାର OTMକୁ ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୨୧ ଏକର ଜମିରେ ସରକାର ଏକ ନୂତନ ପ୍ଲାଣ୍ଟ ନିର୍ମାଣ କରିପାରନ୍ତି ବୋଲି କୁହାଯାଉଥିଲା । OTMକୁ ରାଜ୍ୟସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ, କୋର୍ଟଙ୍କୁ ଆବେଦନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.