କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ଜନତାଙ୍କ ମନ ଜିଣିବା ପାଇଁ ପ୍ରଚାରକୁ ଜୋରଦାର କରୁଛନ୍ତି ତିନି ପ୍ରମୁଖ ଦଳ । ଏହି କ୍ରମରେ ସିଲଭର ସିଟିରେ ଉଭୟ ବିଜେଡି ବିଜେପି ମୁଁହାମୁହିଁ ହୋଇଛନ୍ତି ।
ଶାସକ ଦଳର ପ୍ରକୃତ ମୁଖା ଖୋଲିବା ପାଇଁ ବିଜେପି ତିଆରି କରିଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ । କଟକ ଅନ୍ଦରପୁରରେ ମୁଖ୍ୟତଃ ବସ୍ତି ବସିନ୍ଦାଙ୍କ ଆବାସକୁ ନେଇ ହୋଇ ହୋଇଥିବା କେଳେଙ୍କାରୀକୁ ମୁଖ୍ୟ ପ୍ରସଙ୍ଗ କରିବା ନେଇ ବିଜେପି ସ୍ପଷ୍ଟ କରିଛି। କେବଳ ରାଜ୍ୟ ସରକାରଙ୍କ EWS ଫ୍ଲାଟ କେଳେଙ୍କାରୀ ନୁହେଁ ।
ଏହାବି ପଢନ୍ତୁ : Election campaign ban: ଫିଜିକାଲ କ୍ୟାମ୍ପନିଂ କଟକଣା କୋହଳ, କରିପାରିବେନି ରୋଡଶୋ’
ଅନେକ ସମସ୍ୟା ରାଜ୍ଯରେ ଲାଗି ରହିଛି । ତାହାର ସଠିକ ଜବାବ ମଧ୍ୟ ଏହି ନିର୍ବାଚନ ବାଲଟରେ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ