ETV Bharat / city

ପରିବେଶବିତ ଶ୍ରୀକାନ୍ତଙ୍କ ଅନଶନ ସାମୟିକ ସ୍ଥଗିତ, SCBରୁ ଘରକୁ ଫେରିଲେ - kharasrota project update

ପରିବେଶବିତ ଶ୍ରୀକାନ୍ତ ନାୟକ ସାମୟିକ ଭାବେ ନିଜ ଅନଶନ ସ୍ଥଗିତ ରଖିଛନ୍ତି । କଟକ ବଡ ମେଡିକାଲରୁ ଘରକୁ ଫେରିଲେ। ଅଧିକ ପଢନ୍ତୁ...

Srikanth
ପରିବେଶବିତ ଶ୍ରୀକାନ୍ତଙ୍କ ଅନଶନ ସାମୟିକ ସ୍ଥଗିତ, SCBରୁ ଘରକୁ ଫେରିଲେ
author img

By

Published : Aug 31, 2021, 11:01 PM IST

କଟକ: ଭିତରକନିକା ଜାତୀୟ ଉଦ୍ୟାନ ପ୍ରଭାବିତ ହେବା ଆଶଙ୍କା କରି ଖରସ୍ରୋତା ନଦୀରେ ନିର୍ମାଣଧୀନ ବୃହତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆମରଣ ଅନଶନରେ ବସିଥିବା ପରିବେଶବିତ ଶ୍ରୀକାନ୍ତ ନାୟକ 22 ଦିନପରେ ସାମୟିକ ଭାବେ ନିଜ ଅନଶନ ସ୍ଥଗିତ ରଖିଛନ୍ତି। ବରିଷ୍ଠ ମଦ ବିରୋଧୀ ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ପଦ୍ମ ଚରଣ ନାୟକ ଓ ସମାଜ କର୍ମକର୍ତ୍ତା ପ୍ରଭାସ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟାରେ ଏବେ ଅନଶନକୁ ସ୍ଥଗିତ ରଖିବା ପାଇଁ ସହମତ ହୋଇଛନ୍ତି । ଏଥିସହ ତାଙ୍କୁ କଟକ ବଡ ମେଡିକାଲରୁ ଘରକୁ ମଧ୍ୟ ଫେରିବାକୁ ଅନୁମତି ମିଳିଛି ।

ପରିବେଶବିତ ଶ୍ରୀକାନ୍ତଙ୍କ ଅନଶନ ସାମୟିକ ସ୍ଥଗିତ, SCBରୁ ଘରକୁ ଫେରିଲେ

ଆଳି-ରାଜକନିକା ସୀମାନ୍ତ ଖରସ୍ରୋତା ନଦୀର ଭାରିଗଦା ଠାରେ ନିର୍ମାଣଧୀନ ପ୍ରକଳ୍ପକୁ ବିରୋଧ କରି ଗତ 10 ତାରିଖରେ ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀ ମୁର୍ତ୍ତି ତଳେ ଅନଶନ ଆରମ୍ଭ କରିଥିଲେ ଶ୍ରୀକାନ୍ତ । ପରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ପ୍ରଥମେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତିରିତ ମଧ୍ୟ କରାଯାଇଥିଲା। ତେବେ ଆଜି ଅନଶନର 22 ତମ ଦିନରେ ସେ ବିଭିନ୍ନ ସାମାଜିକ କର୍ମୀଙ୍କ ଅନୁରୋଧ ଓ ପରାମର୍ଶ କ୍ରମେ ସାମୟିକ ଭାବେ ଅନଶନକୁ ସ୍ଥଗିତ ରଖିଛନ୍ତି ।

ଶ୍ରୀକାନ୍ତ ଜଣେ ପରିବେଶବିତ ଭାବେ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଏକ ସ୍ବେଚ୍ଛାସେବୀ ସଂଗଠନର ଆବାହକ ଭାବେ ମଧ୍ୟ ଦାୟିତ୍ବ ତୁଲାଇ ଆସୁଛନ୍ତି। ତେବେ ଭିକରକନିକା ଜାତୀୟ ଉଦ୍ୟାନ ସଲଗ୍ନ ଇକୋ-ସେନସିଟିଭ ଜୋନ ମନିଟିରିଂ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି ଶ୍ରୀକାନ୍ତ। ତେବେ ସମ୍ବେଦନଶୀଳ ପାରିବେଶିକ ଅଞ୍ଚଳରେ କିପରି ମେଗା ପ୍ରକଳ୍ପକୁ ଅନୁମତି ମିଳିଲା ତାକୁ ନେଇ ଶ୍ରୀକାନ୍ତ ପ୍ରଶ୍ନ କରିବା ସହ ଦୀର୍ଘ ଦିନ ଧରି ଅନଶନ କରିଥିଲେ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.