ETV Bharat / city

ବିନା ଥଇଥାନରେ ଉଚ୍ଛେଦ ନୋଟିସ, କଟକରେ ଗର୍ଜିଲେ ବସ୍ତି ବାସିନ୍ଦା - ପେଟାନାଳ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ

ପେଟାନାଳ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ପେଟାନାଳ ମଙ୍ଗଳାବସ୍ତି ଉଚ୍ଛେଦ ପାଇଁ ଘୋଷଣା ହୋଇଛି । ଆଇନ ସମ୍ମତ ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ବସ୍ତିବାସିନ୍ଦା । ଅଧିକ ପଢନ୍ତୁ

ବିନା ଥଇଥାନରେ ଉଚ୍ଛେଦ ନୋଟିସ, କଟକରେ ଗର୍ଜିଲେ ବସ୍ତି ବାସିନ୍ଦା

author img

By

Published : Oct 14, 2022, 9:55 PM IST

କଟକ: ଜିଲ୍ଲାର ପେଟ୍ଟାନାଳ ବସ୍ତି, କାଠଯୋଡି ବିହାର ବସ୍ତି, ଧବଳେଶ୍ବର ଗଡାବସ୍ତି ପୋତା ପୋଖରି ଅଞ୍ଚଳ ସମେତ ଅନ୍ୟ କେତେକ ସ୍ଥାନରେ ମହାନଗର ନିଗମ ପକ୍ଷରୁ କେତେକ ସ୍ଥାନରେ ଉଚ୍ଛେଦ ପାଇଁ ଘୋଷଣା ହୋଇଛି । ଏହାର ପ୍ରତିବାଦରେ ବସ୍ତି ବାସିନ୍ଦାମାନଙ୍କ ଆଇନ ସମ୍ମତ ଥଇଥାନ ଦାବିରେ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

କଟକରେ ଗର୍ଜିଲେ ବସ୍ତି ବାସିନ୍ଦା

ପେଟାନାଳ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ପେଟାନାଳ ମଙ୍ଗଳାବସ୍ତି ଉଚ୍ଛେଦ ପାଇଁ ଘୋଷଣା ହୋଇଛି । ସେହିଭଳି ସରକାରୀ ଜମି ଜବରଦଖଲ ଖର୍ଦି ବିକ୍ରି ନାଁରେ କାଠଯୋଡି ବିହାର ଓ ଧବଳେଶ୍ବର ଗଡା ବସ୍ତି ଉଚ୍ଛେଦ ପାଇଁ ଘୋଷଣା ହୋଇଛି । ଏହା ଫଳରେ ଯିଏ ପ୍ରକୃତ ବସ୍ତିବାସିନ୍ଦା ସେହି ବସ୍ତି ଗୁଡିକରେ ରହୁଛନ୍ତି ସେମାନେ ବାସଚ୍ୟୁତ ଓ କର୍ମଚ୍ୟୁତ ହେବାର ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି । ଏଥିଲାଗି ବସ୍ତି ବାସିନ୍ଦା ଆଇନ ସମ୍ମତ ଥଇଥାନ ଦାବି କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, "ସରକାରୀ ଜମି ଜବରଦଖଲ ଓ କିଣାବିକା ସହିତ ବସ୍ତିବାସିନ୍ଦାମାନଙ୍କର କୌଣସି ସମ୍ପର୍କ ନାହିଁ । ପ୍ରଭାବଶାଳୀ ଲୋକ ଓ କ୍ଷମତା କେନ୍ଦ୍ରୀକ ରାଜନୈତିକ ପୃଷ୍ଠପୋଷକତାରେ ଥିବା ଜମି ମାଫିଆମାନେ ଏହି କାମ କରିଥାନ୍ତି ଓ କରୁଛନ୍ତି ମଧ୍ୟ । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ବସ୍ତିବାସିନ୍ଦାମାନଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ସେହି ଆଳରେ ବସ୍ତି ଉଚ୍ଛେଦ କରାନଯାଉ ।"

ଏହା ବି ପଢନ୍ତୁ- ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇଥିଲେ ଯୁବକ, ମିଳିଲା ୩ ସାଙ୍ଗଙ୍କ ମୃତଦେହ

ବସ୍ତିବାସିନ୍ଦାଙ୍କ ପାଇଁ ୨୦୧୭ ମସିହାରେ ସରକାର ଆଇନ ସମ୍ମତ ଥଇଥାନ ପାଇଁ ଆଇନ କରିଛନ୍ତି । ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଗଲେ ସରକାରଙ୍କ ନିଜ ଆଇନକୁ ନିଜେ ଖିଲାପ କଲାଭଳି ଜଣାଯିବ । ଅପର ପକ୍ଷରେ ମୂଳବାସିନ୍ଦା ବୋଲି କିଛି ସଂଜ୍ଞା ନାହିଁ । ବସ୍ତିମାନଙ୍କରେ ଗରିବ ଲୋକ ବିଭିନ୍ନ ସମୟରେ ଆଶ୍ରୟ ସ୍ଥଳ କରି ପରିବାର ଆଶ୍ରା ଦେଇଥାନ୍ତି । ସେହି ମୁତାବକ ବସ୍ତିବାସିନ୍ଦାମାନଙ୍କ ତାଲିକା ମହାନଗର ନିଗମ କରିବା ଦରକାର । ସେହି ତାଲିକା ଆଧାରରେ ବସ୍ତିବାସିନ୍ଦାମାନଙ୍କୁ ଆଇନଗତ ଥଇଥାନ କରିବା ଦରକାର ।

ଏହିଭଳି ପରିସ୍ଥିତିରେ ମହାନଗର ନିଗମ ଅଧିନସ୍ଥ ବସ୍ତିଗୁଡିକୁ ଆଇନ ଅନୁମୋଦିତ ଭାବେ ଥଇଥାନ ନକରି ଉଚ୍ଛେଦ କରିବା ବସ୍ତିବାସିନ୍ଦାମାନଙ୍କ ପ୍ରତି ଅନ୍ୟାୟ ଓ ଅବିଚାର ହେବ । ତେଣୁ ଏହି ଦିଗରେ ନଜର ଦେବାକୁ ଅନୁରୋଧ କରିଛି ମଞ୍ଚ । ଯଦି ଆଗାମୀ ଦିନରେ କୌଣସି ପଦକ୍ଷେପ ନନିଆଯାଏ ତେବେ ସରକାରୀ ଦପ୍ତର କୁ ଅଚଳ କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.