ETV Bharat / city

ଷୋଡଶ ଉପଚାର ପୂଜା: ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ - ଭୁବନେଶ୍ଵରୀ ବେଶ

ଆରମ୍ଭ ହୋଇସାରିଛି ଷୋଡଶ ଉପଚାର ପୂଜା । ଶକ୍ତିପୀଠ ଗୁଡିକରେ ଚାଲିଛି ଜଗତ ଜନନୀଙ୍କ ୧୬ ଦିନାତ୍ମକ ଆରାଧନା । ଘଣ୍ଟ ଘଣ୍ଟା ପଞ୍ଚବାଦ୍ୟ ସହ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଅଧିକ ପଢନ୍ତୁ...

Cuttack Chandi
Cuttack Chandi
author img

By

Published : Sep 30, 2021, 9:23 PM IST

କଟକ: ଆରମ୍ଭ ହୋଇସାରିଛି ଷୋଡଶ ଉପଚାର ପୂଜା । ଶକ୍ତିପୀଠ ଗୁଡିକରେ ଚାଲିଛି ଜଗତ ଜନନୀଙ୍କ ୧୬ ଦିନାତ୍ମକ ଆରାଧନା । ଘଣ୍ଟ ଘଣ୍ଟା ପଞ୍ଚବାଦ୍ୟ ସହ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ।

ଷୋଡଶ ଉପଚାର ପୂଜା; ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଲେ କଟକ ଚଣ୍ଡୀ

ଏହି ଷୋଡଶ ଉପଚାର ପୂଜା ଅବସରରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀ ୧୬ଟି ବେଶ ଧାରଣ କରି ଭକ୍ତଙ୍କୁ ଦେବେ ଦର୍ଶନ । ମଙ୍ଗଳବାର ଠାରୁ ପୀଠ ଗୁଡିକରେ ମା’ ଚଣ୍ଡୀଙ୍କ ସହସ୍ରା କୁମ୍ଭାଭିଷେକ ଜଳ ଲାଗି ହେବା ପରେ ବୁଧବାର କଳସ ସ୍ଥାପନା କରି ଧରାପୃଷ୍ଠକୁ ଆବାହନ କରାଯାଇଥିଲା ଜଗତଜନନୀ ମା' ଦୁର୍ଗାଙ୍କୁ । ଗତକାଲି (ବୁଧବାର) ମାଁ କଟକ ଚଣ୍ଡୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଆଜି ଭୁବନେଶ୍ବରୀ ବେଶରେ ଦେଉଛନ୍ତି ଦର୍ଶନ ।

ଅନ୍ୟପଟେ ମାଁଙ୍କ ଆଶିଷ ପାଇବା ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.