ETV Bharat / city

ମହାନଦୀ ଯୋବ୍ରା ବ୍ୟାରେଜରେ ଭାସିଯାଇ ଜଣେ ମୃତ, 2 ନିଖୋଜ

କଟକ ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ 3 ଯୁବକ ନିଖୋଜ ହେବା ଘଟଣା । ଉଦ୍ଧାର ନାବାଳକକୁ ମୃତ ଘୋଷଣା କଲା କଟକ SCB । ଅଧିକ ପଢନ୍ତୁ

author img

By

Published : Apr 10, 2022, 3:29 PM IST

Updated : Apr 10, 2022, 6:59 PM IST

ମହାନଦୀ ଯୋବ୍ରା ବ୍ୟାରେଜରେ ଭାସିଯାଇ 2 ନିଖୋଜ, ଜଣେ ଉଦ୍ଧାର

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ 3 ଜଣ ଭାସିଯିବା ଘଟଣା । ଉଦ୍ଧାର ହୋଇଥିବା ନାବାଳକ SCB ରେ ମୃତ ଘୋଷଣା । ମୃତ ନାବାଳକ ଜଣଙ୍କ ଘର ଯୋବ୍ରା 4 ଘରିଆ ଅଞ୍ଚଳରେ ବୋଲି ଜଣାପଡିଛି । ଭାସିଯାଇଥିବା ଅନ୍ୟ 2 ଜଣଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁଯାୟୀ, ଆଜି(ରବିବାର) 6 ରୁ 7 ଜଣ ସାଙ୍ଗ କଟକ ଯୋବ୍ରା ବ୍ୟାରେଜକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ 3 ଜଣ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶେଷ ସୂଚନା ସୁଦ୍ଧା ଅନ୍ୟ 2 ଜଣଙ୍କ ପତ୍ତା ମିଳିପାରି ନାହିଁ । ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ସମସ୍ତ 3 ଜଣ ଯୋବ୍ରା 4 ଘରିଆ ଅଞ୍ଚଳର ବୋଲି ଜଣାପଡିଛି । ତେବେ କଣ ପାଇଁ ଏମାନେ ନଦୀକୁ ଆସିଥିଲେ ସ୍ପଷ୍ଟ ହୋଇନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 10, 2022, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.