ETV Bharat / city

ନଭେମ୍ବର 2ରୁ କଟକରେ ସେରୋ ସର୍ଭେ - ସେରୋ ସର୍ଭେ

ଆସନ୍ତା ନଭେମ୍ବର 2 ତାରିଖରୁ ଆରମ୍ଭ ହେବ ସେରୋ ସର୍ଭେ। ଏଥିପାଇଁ ସିଏମସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ ଶେଷ ହୋଇଥିବା ବେଳେ ଆଜି(ବୁଧବାର) ସମସ୍ତ ଅଫିସରଙ୍କୁ ଏନେଇ ତାଲିମ ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...

ନଭେମ୍ବର 2ରୁ କଟକରେ ସେରୋ ସର୍ଭେ
ନଭେମ୍ବର 2ରୁ କଟକରେ ସେରୋ ସର୍ଭେ
author img

By

Published : Oct 28, 2020, 2:27 PM IST

Updated : Oct 28, 2020, 2:51 PM IST

କଟକ: ଆସନ୍ତା ନଭେମ୍ବର 2 ତାରିଖରୁ ସିଲଭର ସିଟିରେ ଆରମ୍ଭ ହେବ ସେରୋ ସର୍ଭେ। ଏଥିପାଇଁ ସିଏମସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ ଶେଷ ହୋଇଥିବା ବେଳେ ଆଜି(ବୁଧବାର) ସମସ୍ତ ଅଫିସରଙ୍କୁ ଏନେଇ ତାଲିମ ପ୍ରଦାନ କରାଯାଇଛି।

25 ଟି ୱାର୍ଡରେ ଏହି ସର୍ଭେ କରାଯିବ । ଆରଏମସି ସେଣ୍ଟରରୁ 5 ଜଣ , ସିଏମସି ଓ ବିଏମସିର ମିଳିତ ସହଯୋଗରେ ଏହି ସର୍ଭେ କରାଯିବ। ଆସନ୍ତା 2 ତାରିଖରୁ ଏହା ଆରମ୍ଭ କରାଯାଇ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ 8 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ।

ସିଏମସି କମିଶନର ଅନନ୍ୟା ଦାଶ

ପ୍ରତ୍ୟେକ ୱାର୍ଡର ଆଶାକର୍ମୀ ଓ ଏଏନଏମ ମଧ୍ୟ ସର୍ଭେ ଟିମକୁ ସହଯୋଗ କରିବେ। ତେବେ 18 ବର୍ଷରୁ କମ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯିବ ବୋଲି ସିଏମସି କମିଶନର ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 28, 2020, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.