ETV Bharat / city

Summative Exam: ବୋର୍ଡ ନିଷ୍ପତ୍ତିକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସ୍ବାଗତ - ସ୍କୁଲ କର୍ତ୍ତୃପକ୍ଷ

ବୋର୍ଡର ସମ୍ମେଟିଭ ପରୀକ୍ଷା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବ ବୋଲି ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

Summative Exam: ବୋର୍ଡର ନିଷ୍ପତ୍ତିକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସ୍ବାଗତ

author img

By

Published : Oct 22, 2021, 8:20 PM IST

କଟକ: ଆସନ୍ତା ନଭେମ୍ବର ୨୨ ତାରିଖରୁ ନବମ ଶ୍ରେଣୀର ସମ୍ମେଟିଭ ପରୀକ୍ଷା ହେବାକୁ ଯାଉଛି । ତେବେ ଏହା ଦଶମ ପରୀକ୍ଷା ଢାଞ୍ଚାରେ ହେବ । ତେବେ ବୋର୍ଡର ଏହିଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

Summative Exam: ବୋର୍ଡର ନିଷ୍ପତ୍ତିକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସ୍ବାଗତ

ବୋର୍ଡ ବିଜ୍ଞପ୍ତି ଅନୁସାରେ ନଭେମ୍ବର ୨୨ ରୁ ନବମ ଶ୍ରେଣୀର ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହୋଇ ୨୪ରେ ଶେଷ ହେବ। ମୋଟ ୪୦ ମାର୍କର ପରୀକ୍ଷା ହେବ। ୨୦ ମାର୍କ ସବଜେକଟିଭ ଓ ୨୦ ମାର୍କର ଅଵଜେକଟିଭ ରହିବ। ବୋର୍ଡର ଏହିଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବ। ଏଥିସହ ପରୀକ୍ଷା ପ୍ରତି ଆଉ କୌଣସି ଛାତ୍ରଛାତ୍ରୀଙ୍କର ଭୟ ରହିବ ନାହିଁ ବୋଲି କହିଛନ୍ତି ଚହଟା ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ନାରାୟଣ ପ୍ରସାଦ ଷଡ଼ଙ୍ଗୀ ।

ପୂର୍ବରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ପାଠପଢ଼ାରେ ଢିଲା କରୁଥିଲେ । କେବଳ ପରୀକ୍ଷା ପୂର୍ବରୁ ସେମାନେ ପାଠ ପଢୁଥିଲେ। କିଛି କିଛି ଛାତ୍ରଛାତ୍ରୀ କେବଳ ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ପାଠ ପଢୁଥିଲେ । ଫଳରେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରୁନଥିଲେ । ମାତ୍ର ଏହି ଢାଞ୍ଚା ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଏହାଦ୍ବାରା ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.