କଟକ: ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ତଥା କଟକ ବଡ଼ ମେଡିକାଲକୁ ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏସସିବି ୟୁଜି ଛାତ୍ରଛାତ୍ରୀ । ଶତାଧିକ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି ।
ଏହି ମହାବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏପରିକି ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ ପାଉ ନଥିବାରୁ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଥିବା ଛାତ୍ର ସଂସଦ ସଭାପତି କହିଛନ୍ତି ।
୫ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏସବିକୁ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କରିବାପାଇଁ ପ୍ରତିଶୃତି ଦେଇଥିବା ବେଳେ ଏପର୍ଯ୍ୟନ୍ତ ତାହା ପୂରଣ ହୋଇପାରି ନାହିଁ । ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ତ ଦୂରର କଥା ସ୍ବୟଂଶାସିତ ମହାବିଦ୍ୟାଳୟ ର ମାନ୍ୟତା ମଧ୍ୟ ଦିଆଯାଇନାହିଁ । ତୁରନ୍ତ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରା ନଗଲେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଛାତ୍ର ସଂସଦ ଚେତାବନୀ ଦେଇଛି ।
କଟକରୁ ନରାୟଣ ସାହୁ, ଇଟିଭି ଭାରତ