ETV Bharat / city

SCB ଟିକେଟ କାଉଣ୍ଟରରେ ମଦ୍ୟପାନ କରୁଥିଲେ, ଭିଡିଓ ଭାଇରାଲ ପରେ ଚାକିରିରୁ ବିଦା

author img

By

Published : Sep 19, 2022, 6:44 PM IST

କଟକ SCB ମେଡିକାଲର ଏକ ଟିକେଟ କାଉଣ୍ଟରରେ କର୍ମଚାରୀ ମଦ୍ୟପାନ କରୁଥିବାର ଭିଡିଓ ଭାଇରାଲ ଘଟଣା । ସମ୍ପୃକ୍ତ ଠିକା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ଠିକା ସଂସ୍ଥାର ନିର୍ଦ୍ଦେଶକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି । ଅଧିକ ପଢ଼ନ୍ତୁ

SCB ଟିକେଟ କାଉଣ୍ଟରରେ ମଦ୍ୟପାନ କରୁଥିଲେ, ଭିଡିଓ ଭାଇରାଲ ପରେ ଚାକିରିରୁ ବିଦା
SCB ଟିକେଟ କାଉଣ୍ଟରରେ ମଦ୍ୟପାନ କରୁଥିଲେ, ଭିଡିଓ ଭାଇରାଲ ପରେ ଚାକିରିରୁ ବିଦା

କଟକ: ମହଙ୍ଗା ପଡିଲା ଡ୍ୟୁଟିରେ ଥାଇ ଟିକେଟ କାଉଣ୍ଟରରେ ମଦ୍ୟପାନ କରିବା । ସମ୍ପୃକ୍ତ ଠିକା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ଏସସିବି ମେଡିକାଲର ଏକ ଟିକେଟ କାଉଣ୍ଟରରେ ସମ୍ପୃକ୍ତ କର୍ମଚାରୀ ମଦ୍ୟପାନ କରୁଥିବାର ଏକ ଭିଡିଓ ନିକଟରେ ଭାଇରାଲ ହେଉଥିଲା ।

ସୂଚନା ଅନୁଯାୟୀ, କଟକ ବଡ଼ ମେଡିକାଲରେ ସନ୍ତୋଷ କୁମାର ଦାସ ନାମକ ଜଣେ ବ୍ୟକ୍ତି ଏସସିବିରେ ଏକ ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରୁଥିଲେ । ଟ୍ରମା କାଜୁଆଲଟିରେ ସେ ଲିଫ୍ଟ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ । ତେବେ ଏକ ଟିକେଟ କାଉଣ୍ଟରରେ ସେ ମଦ୍ୟପାନ କରୁଥିବା ଏକ ଭିଡିଓ କିଛିଦିନ ହେବ ଭାଇରାଲ ହେଉଥିଲା । ଭିଡିଓ ଭାଇରାଲ ହେବା ପରେ ଏହାର ତଦନ୍ତ କରି ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ବିଦା କରାଯାଇଛି ।

ମେଡିକାଲର କୌଣସି ବିଭାଗରେ ସେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି SCB ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ । ଭାଇରାଲ ହୋଇଥିବା ଭିଡ଼ିଓରେ ଜଣେ ମହିଳା ଟିକେଟ କାଟୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ଜଣକ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେ ଏକା ମଦ୍ୟପାନ କରୁଥିଲେ ନାଁ ତାଙ୍କ ସହ ଆଉ କିଏ ସାମିଲ ଥିଲେ ସେନେଇ ତଦନ୍ତ କରାଯାଉଛି । ତେବେ ଏଭଳି କାର୍ଯ୍ୟକୁ ମେଡିକାଲରେ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ଏନେଇ ଏସସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ କହିଛନ୍ତି, "ଗତକାଲି ମୋ ନଜରକୁ ଏଭଳି ଘଟଣା ଆସିଥିଲା । ଏହାପରେ ତୁରନ୍ତ ଏହାର ତଦନ୍ତ ପାଇଁ ଟ୍ରମା କାଜୁଆଲଟିରେ କାର୍ଯ୍ୟରତ ମେଡିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ସନ୍ତୋଷ କୁମାର ଦାସ । ସେ ଲିଫ୍ଟ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କର ଟିକେଟ କାଉଣ୍ଟରରେ ମଧ୍ୟ କୌଣସି କାର୍ଯ୍ୟ ନଥିଲା । ଏନେଇ ସମ୍ପୃକ୍ତ ଠିକା ସଂସ୍ଥାର ନିର୍ଦ୍ଦେଶକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତେବେ ମଦ୍ୟପାନ କରୁଥିବା ସନ୍ତୋଷ ମେଡିକାଲର କୌଣସି ବିଭାଗରେ କାର୍ଯ୍ୟ କରିପାରିବେ ନାହିଁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.