ETV Bharat / city

ଅନୁଭବ ବର୍ଷା ବିବାଦ; ପଟିଆଲା ହାଉସ କୋର୍ଟ ମାମଲାରେ ସ୍ଥଗିତାଦେଶ

author img

By

Published : Oct 16, 2020, 6:12 PM IST

Updated : Oct 16, 2020, 6:51 PM IST

ଅନୁଭବ-ବର୍ଷା ବିବାଦ ପ୍ରସଙ୍ଗରେ ପଟିଆଲା ହାଉସକୋର୍ଟ ମାମଲାରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

sc-asks-bjd-mp-anubhav-mohanty-to-try-settle-marital-discord

କଟକ: ଅନୁଭବ-ବର୍ଷା ବିବାଦ ପ୍ରସଙ୍ଗରେ ପଟିଆଲା ହାଉସକୋର୍ଟ ମାମଲାରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାକୁ ସୁପ୍ରିମକୋର୍ଟ ଆଜି ଗ୍ରହଣ କରିବା ସହ ସ୍ଥଗିତାଦେଶ ନିର୍ଦେଶ ଦେଇଛନ୍ତି । ସେହିପରି ଉଭୟଙ୍କ ମଧ୍ୟରେ ସହମତି ଭିତିରେ ଆପୋଷ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ତେବେ ଏହି ଘଟଣାରେ ଅନୁଭବଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ସୂଚନାଯୋଗ୍ୟ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବାପାଇଁ ସାଂସଦ ଅନୁଭବ ମହାନ୍ତି ପଟିଆଲା ହାଉସ କୋର୍ଟରେ ମାମଲା ରୁଜୁ କରିଥିଲେ । ତେବେ ଏହି ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେପଟେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ କଟକ ଫ୍ୟାମିଲି କୋର୍ଟରେ ବିବାହକୁ ସୁରକ୍ଷିତ ରଖିବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟ ବର୍ଷାଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ଉଭୟ ପକ୍ଷଙ୍କୁ ହାଜର ହୋଇ ଆପୋଷ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ଜୁଲାଇ ୧୬ରେ ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ୪୭ ପୃଷ୍ଠା ସମ୍ବଳିତ ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ଆଣିଥିଲେ ଅଭିଯୋଗ । ସେପଟେ ଅନୁଭବ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 16, 2020, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.