ETV Bharat / city

ଜଳ ସମ୍ପଦ ସଚିବ ଓ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଗିରଫ ପରଓ୍ବାନା ଜାରି

କାର୍ଯ୍ୟରେ ଅବହେଳା ପାଇଁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା ଓ ମୁଖ୍ୟଯନ୍ତ୍ରୀ ସରୋଜ ପଟ୍ଟନାୟକଙ୍କ ନାଁରେ ଗିରଫ ପରଓ୍ୱାନା ଜାରି କରିଛନ୍ତି ସ୍ୟାଟ୍ (State Administrative Tribunal) ବା ଓଡ଼ିଶା ପ୍ରଶାସନିକ ନ୍ୟାୟଧିକରଣ । ଆସନ୍ତା ୭ରେ ସ୍ୟାଟ୍‌ରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଯନ୍ତ୍ରୀଙ୍କ ଦରମା ଜାନୁଆରୀରୁ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ୟାଟ୍ ।

author img

By

Published : Feb 2, 2019, 10:55 AM IST

Updated : Feb 2, 2019, 12:54 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

କଟକ: ଜଳ ସମ୍ପଦ ସଚିବଙ୍କୁ ସ୍ୟାଟର ଛାଟ । ସ୍ୟାଟ୍ ଆଦେଶ କାର୍ଯ୍ୟକାରୀରେ ଅବହେଳା ହୋଇଥିବା ଜଣାପଡିଛି । ଏଥିପାଇଁ ଆଦେଶ କାର୍ଯ୍ୟକାରୀ କରାଉଥିବା ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ଓ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଗିରଫ ପରଓ୍ବାନା ଜାରି ହୋଇଛି । ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛି ସ୍ୟାଟ୍ ।

SAT ORDER
ସ୍ୟାଟଙ୍କ ନିର୍ଦ୍ଧେଶ
undefined

ଦୁଇ ଅଧିକାରୀ ପ୍ରଦୀପ ଜେନା ଓ ଯନ୍ତ୍ରୀ ସରୋଜ ପଟ୍ଟନାୟକ ଆଦେଶ ଉଲ୍ଲଂଘନ କରି ସଚିବଙ୍କୁ ନିଯୁକ୍ତି କରାଇଥିବା ଅଭିଯୋଗ ହୋଇଥିଲା । କ୍ଷୁଦ୍ର ଜଳସେଚନ କ୍ୟାଡର୍‌ର ଯୋଗ୍ୟ ଯନ୍ତ୍ରୀମାନଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଥିଲା । ଏମିତିକି ତାଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରେ ଅନ୍ୟ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଯାହାକୁ ନେଇ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ ଉପେକ୍ଷିତ ଅଧିକାରୀ ।

୫ ହଜାର ଟଙ୍କା ବଣ୍ଡ ବିନିମୟରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି ସ୍ୟାଟ୍। ଆସନ୍ତା ୭ ତାରିଖରେ ସ୍ୟାଟରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ସ୍ୟାଟ୍। ତେବେ ମୁଖ୍ୟଯନ୍ତ୍ରୀଙ୍କ ଦରମା ଜାନୁଆରୀରୁ ବନ୍ଦ କରିବାକୁ ସ୍ୟାଟ୍ ନିର୍ଦ୍ଧେଶ ଦେଇଛନ୍ତି । ସ୍ୟାଟ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍.ଏମ୍. ପ୍ରହରାଜ ଓ ବିଚାର ବିଭାଗୀୟ ସଦସ୍ୟ ଜି.ଆର୍. ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାମିନୀକାନ୍ତ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ଜଳ ସଚିବ ଯନ୍ତ୍ରୀ ଓ ସଚିବଙ୍କ ନାଁରେ ଗିରଫ ପରଓ୍ବାନା ଜାରି

କଟକ: ଜଳ ସମ୍ପଦ ସଚିବଙ୍କୁ ସ୍ୟାଟର ଛାଟ । ସ୍ୟାଟ୍ ଆଦେଶ କାର୍ଯ୍ୟକାରୀରେ ଅବହେଳା ହୋଇଥିବା ଜଣାପଡିଛି । ଏଥିପାଇଁ ଆଦେଶ କାର୍ଯ୍ୟକାରୀ କରାଉଥିବା ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ଓ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଗିରଫ ପରଓ୍ବାନା ଜାରି ହୋଇଛି । 

୨ ଅଧିକାରୀ ପ୍ରଦୀପ ଜେନା, ସରୋଜ ପଟ୍ଟନାୟକ ଆଦେଶ ଉଲ୍ଲଂଘନ କରି ସଚିବଙ୍କ ନିଯୁକ୍ତି କରାଯାଇଥିବା ଅଭିଯୋଗ ହୋଇଥିଲା । ଏ  ନେଇ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଧିକାରୀ ।  

୫ ହଜାର ଟଙ୍କା ବଣ୍ଡ ବିନିମୟରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି ସ୍ୟାଟ୍। ଆସନ୍ତା ୭ ତାରିଖରେ ସ୍ୟାଟରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ସ୍ୟାଟ୍। ତେବେ ମୁଖ୍ୟଯନ୍ତ୍ରୀଙ୍କ ଦରମା ଜାନୁଆରୀରୁ ବନ୍ଦ କରିବାକୁ ସ୍ୟାଟ୍ ନିର୍ଦ୍ଧେଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Conclusion:
Last Updated : Feb 2, 2019, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.