ETV Bharat / city

ଆଜି ବିଲ୍ବ ବରଣ ନୀତିରେ ମା'ଙ୍କ ଆଗମନ, ବିଭିନ୍ନ ପୂଜା ମଣ୍ଡପରେ ଷଷ୍ଠୀ ପୂଜା - ଦଶହରା ପର୍ବ

ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ। ଚଳିତବର୍ଷ କଟକ ଶେଖ ବଜାର ପୂଜା ମଣ୍ଡପରେ କି ଭଳି ପ୍ରସ୍ତୁତି ଚାଲିଛି । ଅଧିକ ପଢନ୍ତୁ...

Sasthi puja of maa durga in cuttack sekhar bazar dussehra mandap
କଟକ ଶେଖର ବଜାର ପୂଜା ମଣ୍ଡପରେ ଷଷ୍ଠୀ ପୂଜା
author img

By

Published : Oct 11, 2021, 4:46 PM IST

କଟକ: ଆରମ୍ଭ ହୋଇଛି ନବରାତ୍ର ପୂଜା । ଚଳଚଞ୍ଚଳ ହୋଇଉଠିଛି ମଣ୍ଡପ। ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ। ଏହି ଷଷ୍ଠୀ ପୂଜାରେ ମା ଙ୍କ ପରମ୍ପରା ଅନୁୟାୟୀ ବିଭିନ୍ନ ରୀତିନୀତି ସମ୍ପନ୍ନ କରାଯାଇଥାଏ। ଚଳିତବର୍ଷ କଟକ ଶେଖ ବଜାର ପୂଜା ମଣ୍ଡପରେ କିଭଳି ପ୍ରସ୍ତୁତି ଚାଲିଛି ।

କଟକ ଶେଖର ବଜାର ପୂଜା ମଣ୍ଡପରେ ଷଷ୍ଠୀ ପୂଜା

ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ। ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ କରାଯାଇଥାଏ। ଆଜିଠାରୁ ମା ଙ୍କୁ ଆବାହନ କରାଯାଏ। ମା ବେଲ ବୃକ୍ଷରେ ବାସ କରନ୍ତି । ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ବତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମାଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ। ଏହି କ୍ରମରେ ସହରର ସମସ୍ତ ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥାଏ। ଐତିହାସିକ କଟକ ସହରରେ ମା ଙ୍କ ଆଗମନ ପାଇଁ ଅପେକ୍ଷା କରିଛନ୍ତି ସହରବାସୀ। କୋରୋନା କଟକଣା ପାଇଁ ଏଥର ପୂଜା ବି ଫିକା ପଡିବ।

ଆସନ୍ତାକାଲି ମଣ୍ଡପରେ ସପ୍ତମୀ ପୂଜା କରାଯିବ। ଶୁଭ ସମୟ ଅନୁଯାୟୀ ଘଟ ପୂଜା କରାଯିବ। ସହରର ଅନେକ ମଣ୍ଡପରେ ମଙ୍ଗଳବାର ସକାଳ ୮ ଟା ମଧ୍ୟରେ ଘଟ ପୂଜା କରାଯିବ। ଏହି ଅବସରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.