ETV Bharat / city

ଶାରଦା ଚିଟଫଣ୍ଡ ମାମଲା, ପଶ୍ଚିମବଙ୍ଗ ବରିଷ୍ଠ ସାମ୍ବାଦିକ ସୁମନଙ୍କ ଜାମିନ ଆବେଦନ ଖାରଜ - sarada chit fund case on odisha high court

ଶାରଦା ଚିଟଫଣ୍ଡ ମାମଲା । ମାମଲାରେ ଜଡିତ କୋଲକାତାର ବରିଷ୍ଠ ସାମ୍ବାଦିକ ସୁମନ ଚଟ୍ଟୋପାଧାୟଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଆସନ୍ତା 24 ତାରିଖ ସନ୍ଧ୍ୟା 6ଟାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଶାରଦା ଚିଟଫଣ୍ଡ ମାମଲା, ପଶ୍ଚିମବଙ୍ଗ ବରିଷ୍ଠ ସାମ୍ବାଦିକ ସୁମନଙ୍କ ଜାମିନ ଆବେଦନ ଖାରଜ

author img

By

Published : Sep 21, 2022, 9:06 AM IST

କଟକ: ଶାରଦା ଚିଟଫଣ୍ଡ ମାମଲା । ମାମଲାରେ ଜଡିତ କୋଲକାତାର ବରିଷ୍ଠ ସାମ୍ବାଦିକ ସୁମନ ଚଟ୍ଟୋପାଧାୟଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଆସନ୍ତା 24 ତାରିଖ ସନ୍ଧ୍ୟା 6ଟାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗର ବରିଷ୍ଠ ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟଙ୍କ ଆଗୁଆ ଜାମିନ ଆବେଦନ ଉପରେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପୂର୍ବରୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଇ କୋର ଚିଟଫଣ୍ଡ ସ୍କାମରେ ଜଡିତ ଥିବା ଦର୍ଶାଇ ବଙ୍ଗଳା ଦୈନିକ ଏକ ସମ୍ବାଦପତ୍ର ସଂପାଦକ ତଥା ଦିଶା ପ୍ରଡକସନ ଆଣ୍ଡ ମିଡିଆ ପ୍ରାଇଭେଟ ଲିମିଟେଡ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଚଟ୍ଟୋପାଧ୍ୟାୟଙ୍କୁ ୨୦୧୮, ଡିସେମ୍ବର ୨୦ରେ ସିବିଆଇ ଗିରଫ କରିଥିଲା ।

ଏହାପରେ ଶାରଦା ଗ୍ରୁପରୁ ଟଙ୍କା ନେଇଥିବା ଦର୍ଶାଇ ସିବିଆଇ ଆଉ ଏକ ମାମଲା ରୁଜୁ କରିଥିଲା । ତେବେ ଚଟ୍ଟୋପାଧ୍ୟାୟ ଯେଉଁ ଅର୍ଥ ନେଇଥିଲେ ସେ ନେଇ ଉକ୍ତ କମ୍ପାନୀ ସହ ଚୁକ୍ତିନାମା ହୋଇଥିଲା । ଏହାପରେ ଆବେଦନକାରୀ ନେଇଥିବା ଅର୍ଥ ଫେରସ୍ତ କରିଥିଲେ । ତେବେ ସିବିଆଇ ଆବେଦନକାରୀଙ୍କୁ ଗିରଫ କରିବା ପାଇଁ ମସୁଧା କରିବାରୁ ଆବେଦନକାରୀ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ଲୋଡିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.