କଟକ: ରାଣୀହାଟ ଶଗଡିଆସାହି ଅଞ୍ଚଳରେ ଡକାୟତି । ଏହି ଘଟଣାରେ ୪ ଡକାୟତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ।ସେମାନଙ୍କ ନିକଟରୁ ୧୨୫ ଗ୍ରାମର ସୁନା,୬୯ ହଜାର ୮୦୦ ଟଙ୍କାର ନଗଦ କ୍ୟାସ୍,ରୂପା ,ତମ୍ବା,ବ୍ୟବହୃତ ଏକ ଅଟୋକୁ ଜବତ କରିଛି ପୋଲିସ।
ସୂଚନା ଯୋଗ୍ୟ, ଗତ ୬ ତାରିଖ ରାତିଅଧରେ ରାଣୀହାଟ ଅଞ୍ଚଳର ମନୋଜ ସାହୁଙ୍କ ଅଳଙ୍କାର ଏବଂ ଟଙ୍କା ଚୋରି ହୋଇଥିଲା।ଏନେଇ ମନୋଜ ୭ ତାରିଖ ଦିନ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ତେବେ ଏତଲା ଭିତ୍ତିରେ ମଙ୍ଗଳାବାଗ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ମୁଖ୍ୟ ଅଭିଯୁକ୍ତ ଭିକି ଓରଫ ବିଶ୍ୱରଞ୍ଜନ ସାହୁ ଓ ତାର ୩ ସହଯୋଗୀ ମନୋଜଙ୍କ ଘରୁ କଳାକନା ବୁଲାଇଥିଲେ।ସମସ୍ତ ଅଭିଯୁକ୍ତ ଉକ୍ତ ସାହିର ଅଧିବାସୀ ବୋଲି ଜଣାପଡିଛି । ଟଙ୍କା ଅଳଙ୍କାର ସର ଠାକୁର ଘଣ୍ଟା,ତମ୍ବାର ଠାକୁର ମୂର୍ତ୍ତି, ୨ଟି ରୂପା କଏନ, ଏକ ଅଟୋ ଆଦିକୁ ଜବତ କରିଛି ପୋଲିସ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ