କଟକ: ସିଲଭର ସିଟିରେ ହେବନି ଦୁର୍ଘଟଣା । କାହାର ଯିବନି ଜୀବନ । ଏନେଇ ଜାରି ରହିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଆଗମୀ ଦିନରେ ଏହା ପ୍ରୟୋଗ ହେବ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
କଟକ ସହରରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟହାର ବଢ଼ୁଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ଆରମ୍ଭ ହୋଇଯାଇଛି ବ୍ଲୁ ପ୍ରିଣ୍ଟ । ଖୁବ କମ ଦିନ ମଧ୍ୟରେ ଏହା ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
ଶୁକ୍ରବାର ଓଡିଶା ଟ୍ରକ ମାଲିକ ସଂଘ ପକ୍ଷରୁ ଆୟୋଜିତ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମର ଯୋଗଦେଇ ସେ ଏପରି ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ସଭାରେ ମାଲିକ ସଂଘର ସମସ୍ତ ଅସୁବିଧା ସମ୍ପର୍କରେ ବୁଝିବା ସହ ସଡ଼କ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ ମନ୍ତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ